ଗଜପତି ପ୍ରଶାସନ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଛି ବିଜେପି ପ୍ରାର୍ଥୀ ନାରାୟଣ ରାଓ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ 4 ଦିନ ଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳକୁ ସୁହାଇବା ଭଳି କାମ କରିବା ସହ ପ୍ରଚାରରେ ମଧ୍ୟ ପ୍ରଶାସନ ସାମିଲ ରହିଛି. ତେଣୁ ସ୍ୱଚ୍ଛ ଅବାଧ ନିର୍ବାଚନ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବିଧାୟକ ତଥା ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ. ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବ୍ଲକରେ ଅନେକ କିଛି ସରକାରୀ କର୍ମଚାରୀ ବିଜେଡି ପାଇଁ ଖୁଲମଖୁଲା କାମ କରୁଛନ୍ତି ତାହାକୁ ନେଇ ଫୋଟୋ ପ୍ରମାଣ ସହ ବିଜେପି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ. ତେଣୁ ସ୍ୱଚ୍ଛ ନିର୍ବାଚନ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନ ଓ କେନ୍ଦ୍ରୀୟ କମିଶନଙ୍କୁ ଚିଠି ଲେଖିଛନ୍ତି ବୋଲି ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ତଥା ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ ପ୍ରକାଶ କରିଛନ୍ତି. ସେହିପରି ଯୋଗାଣ ବିଭାଗର ଡିଲରମାନେ ମଧ୍ୟ ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ