ଶ୍ରୀ ଚୈତନ୍ୟ ମହାପ୍ରଭୁ ଗୋଷ୍ଠିକେନ୍ଦ୍ର ନିର୍ମାଣ ଅଧାପନ୍ତରିଆ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଗୋଷ୍ଠିକେନ୍ଦ୍ର ନିର୍ମାଣ ଅଧାପନ୍ତରିଆ ହୋଇ ପଡିରହିଥିବା ସମାଜସେବୀ ବିବେକାନନ୍ଦ ଦାଶ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ଯେ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ପ୍ରାୟ ୪ମାସ ପୂର୍ବରୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଗୋଷ୍ଠିକେନ୍ଦ୍ର ନିର୍ମାଣ ନିମନ୍ତେ ୩ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସଂପୃକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କ ନାମରେ ପ୍ରଦାନ କରାଯାଇଥିଲା । ଏହାପରେ ସେହି ବିଭାଗୀୟ ଠିକାଦାରଙ୍କ ନିର୍ଦେଶକ୍ରମେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପୁରୁଣା ଗୃହଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ନୂତନ ଗୃହ ନିର୍ମାଣ କରାଯାଉନଥିବା ଶ୍ରୀ ଦାଶ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଫଳରେ ଠାକୁରଙ୍କ ରୀତିନୀତିରେ ଗୁରୁତ୍ତର ବିଭ୍ରାଟ ସୃଷ୍ଟି ହେଉଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀ ଦାଶ ଆହୁରି ଅଭିଯୋଗ କରିିଛନ୍ତି ଯେ ଦଶିପୁର ଭାଗବତ ମନ୍ଦିର ନିକଟ ଗୋଷ୍ଠ ିକେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ୨ଲକ୍ଷ ୫୦ହଜାର ଟଙ୍କା ବିନା କାମରେ ଉଠାଇ ନିଆଯାଇଛି । ଏସମ୍ପର୍କରେ ଆଳି ବ୍ଲକରେ ସୂଚନା ଅଧିକାର ନିୟମରେ ତଥ୍ୟ ମଗାଯାଇଥିଲେ ବି ଏକବର୍ଷରୁ ଉର୍ଦ୍ଧ୍ୱ ହେବ କୈାଣସି ସୂଚନା ବ୍ଲକ ପକ୍ଷରୁ ପ୍ରଦାନ କରାଯାଉନାହିଁ । ତେଣୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଗୋଷ୍ଠି କେନ୍ଦ୍ର ନିର୍ମାଣ କରାନଯାଇ ସେହି ଅର୍ଥକୁ ଉଠାଇ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଦାଶ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ