ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ଵରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ନିର୍ବାଚନ ଟି ୨୪ ବର୍ଷର ଅପାରଗ ସରକାରଙ୍କ ବିରୋଧରେ ସାଧାରଣ ଲୋକଙ୍କ ଲଢେଇ କଂଗ୍ରେସ କୁ ବିଜୟୀ କରାଇବାରେ ସହାୟକ ହେବ । ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ । ଆମ ଦଳ ୧୦ ଟି ଗ୍ୟାରେଣ୍ଟି କୁ ନେଇ ଲୋକଙ୍କ ନିକଟକୁ ଯାଉଛି ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି ଓ ବହୁ ଲୋକ ବିଜେପି ଓ ବିଜେଡି ଛାଡି କଂଗ୍ରେସ ରେ ସାମିଲ ହେଉଛନ୍ତି ।ବିରୋଧୀ ଅଭିଯୋଗ କରୁଛନ୍ତି କଂଗ୍ରେସ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଛି କିନ୍ତୁ ଆମେ ଆଜି ସ୍ପଷ୍ଟ ଭାବେ କହିବାକୁ ଯାଉଛୁ କି ତୃଣାମୂଳ ସ୍ତରରୁ ଆମ ନେତା ଓ କର୍ମୀ ଏକତ୍ରିତ ହୋଇ ନିର୍ବାଚନ କୁ ପରିଚାଳନା କରୁଛନ୍ତି ।ଆଜି ଆମ ନିକଟରେ ପୂର୍ବରୁ ଟିକଟ ପାଇଥିବା ସୁରୁଦା ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । ଏଣୁ ବିରୋଧୀ ଆମ ଭୋଟର ଓ କର୍ମୀ ଙ୍କ ମନବଳ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ସେଥିରେ ସଫଳ ହେବେ ନହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପୂର୍ବରୁ ଟିକଟ ପାଇଥିବା ସୁରୁଦା ପ୍ରଧାନ କହିଛନ୍ତି ଏଆଇସିସି ମୋତେ ଟିକଟ ଦେଇଥିଲା ଏଆଇସିସି ମୋ ଟିକଟ ଫେରାଇ ନେଲା ଏଥିରେ ମୋତେ କିଛି କଷ୍ଟ ଦେଇଥିଲା କିନ୍ତୁ ମୁଁ ଦଳ ରେ ଅଛି ଦଳରେ ରହିବି ଓ ଶୃଙ୍ଖଳିତ କଂଗ୍ରେସ କର୍ମୀ ଭାବେ ନିର୍ବାଚନ ରେ କାର୍ଯ୍ୟ କରିବି ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀ ରେ ସୁରୁଦା ପ୍ରଧାନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସୀତାରାମ ପଣ୍ଡା , ରାଜ୍ୟ ସମ୍ପାଦକ ମନୋଜ ଆଚାର୍ଯ୍ୟ ,ମନୋଜ ମଲ୍ଲିକ ,ଶ୍ୟାମ ସୁନ୍ଦର ପରାସେଠ ,ଏନଏସି ସଭାପତି ସ୍ଵପ୍ନେଶ୍ଵର ସାହୁ , କୋଟଗଡ ସଭାପତି ସରୋଜ ବେହେରା ମାଝି ,ବଳରାମ ଦୋରା ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ