ରଥ ନିର୍ମାଣ ପାଇଁ ଗାଙ୍ଗପୁର ବନାଞ୍ଚଳରୁ ପୁରୀକୁ ଗଲା ରଥ କାଠ

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ଆଗକୁ ବିଶ୍ଵପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜି ଗାଙ୍ଗପୁର ବନାଞ୍ଚଳ ଅନ୍ତର୍ଗତ କେଶରାପଲ୍ଲୀ ଏବଂ ମାଳତୀ ଗ୍ରାମରୁ ପୁରୀକୁ ରଥକାଠ ପଠାଯାଇଛି I ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଉଭୟ ଗ୍ରାମରୁ ଷୋହଳ ଖଣ୍ଡ ଫାସି କାଠ ଗଣ୍ଡି ପୁରୀକୁ ପଠାଯାଇଥିଲା I ଏନେଇ ଯଥାବିଧି ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ଵୀରାଜ ପ୍ରଧାନ ଯଜ୍ଞ କର୍ତ୍ତା ରୂପେ ଦାୟିତ୍ୱ ତୁଲାଇଥିଲେ I ଏହି କାର୍ଯ୍ୟକ୍ରମକୁ ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନରକ୍ଷୀ ମନୋଜ କୁମାର ନାୟକ, ବନ କର୍ମଚାରୀ ଶିବରାମ ବିଷୋୟୀ, ଉତ୍ତମ ପ୍ରଧାନ,ଭଞ୍ଜ ପ୍ରଧାନ, କୃଷ୍ଣ ମଳିକ ପ୍ରମୁଖ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଉଭୟ କେଶରାପଲ୍ଲୀ ଏବଂ ମାଳତୀ ଗ୍ରାମବାସୀ ଅକୁଣ୍ଠ ସହଯୋଗ କରିଥିଲେ I ଜୟ ଜଗନ୍ନାଥ ଧ୍ୱନି ସହିତ ଘଣ୍ଟ,ଘଣ୍ଟା, ଗିନି,ମୃଦଙ୍ଗ ଶବ୍ଦରେ ଉଭୟ ଗ୍ରାମ ପ୍ରକମ୍ପିତ ହୋଇଥିବା ବେଳେ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ