ପ୍ରଚାର ମଇଦାନରେ ଦିବ୍ୟାଙ୍ଗ ଭଗବାନ

ଚିକିଟି,(କୁରେଶୁ ସାହୁ): ବର୍ତ୍ତମାନ ସବୁଆଡେ ନିର୍ବାଚନୀ ପ୍ରଚାର ର ମାହୋଲ ଗରମ ହେଉଥିବା ବେଳେ,ଏମିତି ଏକ ପ୍ରଚାର ଦେଖିବାକୁ ମିଳିଛି ଯେ ଯାହା ପୁରା ଚିକିଟି ନିର୍ବାଚନ ମଣ୍ଡଳୀ କୁ ଅବାକ କରିଦେଇଛି।ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ଭଗବାନ ସାହୁ ସେଜଣେ ଦିବ୍ୟଙ୍ଗ (ପୋଲିଓ ଛୋଟା)ଧୁ ଧୁ ଖରା ମୁଣ୍ଡରେ ଗାମୁଛା ଖଣ୍ଡେ ଭିଡି ଛୋଟେଇ ଛୋଟେଇ ଘରକୁ ଘର ବୁଲି ନିଜର ଦୁଃଖ ଭରା କରୁଣ କାହାଣୀ ଲୋକଙ୍କ ଆଗରେ ପ୍ରକାଶ କରୁଥିଲେ ।କହୁଥିଲେ ହେ ମୋର ପଞ୍ଚାୟତ ବାସୀ ମୁଁ ଜଣେ ପୋଲିଓ ଛୋଟା ,ବେଲଡିଂ ଦୋକାନରେ ମୁ କାମ କରି ମୋ ପରିବାର ପ୍ରତିପୋଷଣ କରୁଛି।ରହିବାକୁ ଆବାସ ଯୋଜନା ଟିଏ ପାଈଁ ଦୀର୍ଘ ଛଅ ବର୍ଷ ହେବ ପ୍ରଶାସନ ପାଖରେ ଗୁହାରି କରିଥିବାବେଳେ ଥରେ କାର୍ଯ୍ୟାଦେଶ ପାଇଁ ଆଦେଶ ଆସିଥିଲେ ମଧ୍ୟ କିଛି ହାତ ଗୁଂଜା (ଲାଞ୍ଚ)ନଦେବାରୁ ମୋତେ ଶାସକ ଦଳ ଓ ପ୍ରଶାସନ ମୋତେ ଠକି ଛନ୍ତି। ବର୍ତ୍ତମାନ ମୁଁ ହାଇକୋର୍ଟ ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ ମୁଁ ଉପକୃତ ହୋଇପାରିନାହିଁ।ପ୍ରଶାସନ ର ନାଲିଆଖି ଓ ଶାସକ ଦଳର କୁଜି ନେତାମାନଙ୍କ କେତେଯେ ଆକ୍ରୋଶ ର ଶିକାର ହୋଇଛି ତାହା ଆପଣ ମାନେ ଜାଣିଛନ୍ତି। ବହୁତ ଥର ବିରୋଧି ଦଳ ଙ୍କୁ ମଧ୍ୟ ନେହୁରା ହୋଇଛି କିନ୍ତୁ ଶାସକ ବିରୋଧୀ ଦୁହେଁ କେହିବି ମୋ କଥା ବୁଝିଲେ ନାହିଁ ଏଣୁ ମୁଁ ବାଧ୍ୟ ହୋଇ ଶେଷରେ ଅଲଇଣ୍ଡିଆ ଫରବଡ଼ ବ୍ଲକ ର ଚିକିଟି ନିର୍ବାଚନ ମଣ୍ଡଳୀର ବିଭୁଧେନ୍ଦ୍ର ପାଢ଼ୀ (ସାମ୍ବାଦିକ)ଙ୍କୁ କହିଲି ସେ ମୋ କଥାରେ ବିଶ୍ୱାସ କରି ମୋତେ ଭରସା ଦେଲେ ଯେ ଆମେ ପ୍ରଶାସନ ସହ ଲଢେଇ କରିବା ବର୍ତମାନ ତାହା ଚାଲୁରହିଛି।ତେଣୁ ଆପଣ ମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଦୟାପୁର୍ବକ ଅଲିଣ୍ଡିଆ ଫରବଡ଼ ବ୍ଲକ ର ବିଭୁଧେନ୍ଦ୍ର ପାଢ଼ୀ (ସିଂହ ଚିହ୍ନ ରେ )ଙ୍କୁ ମୋହର ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିବା ବେଳେ ଅଞ୍ଚଳର ଅନେକ ଲୋକ ପ୍ରଚାର ମଇଦାନରେ ଉପସ୍ଥିତ ଥିଲେ।

Spread the love

Advertisement

ଏବେ ଏବେ