ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସହଯୋଗ ମିଳୁନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ଆସନ୍ତା ଜୁନ ୧ ତାରିଖରେ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ କାମନା କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିବାରେ ଅବହେଳା କରିବା ସହିତ ବିଭିନ୍ନ ସମୟରେ ସରକାରୀ ଅଧିକାରୀମାନଙ୍କଠାରୁ ବାଇଟ୍ ନେବାରେ ସହଯୋଗ କରୁନଥିବା ସାମ୍ବାଦିକ ରାଧାକାନ୍ତ ମହାନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ଭିତରେ ମୁକ୍ତ ଓ ଅବାଧ୍ୟ ନିର୍ବାଚନ ପରିଚାଳନା କରାଯିବା ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏଭଳି ଅସହଯୋଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ଶ୍ରୀ ମହାନ୍ତି କହିଛନ୍ତି । ତେଣୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସହଯୋଗ ଯୋଗାଇଦେବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । ଏହି ଅଭିଯୋଗର ନକଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଭାରତୀୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ