ବିଜେଡି ପାଇଁ ଜୋର ଜାର ପ୍ରଚାର କରୁଛନ୍ତି ଗୋପବନ୍ଧୁ

ଭଞ୍ଜନଗର,(ସନ୍ତୋଷ ଜେନା): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଭୋଟ ଦେବେ ଜନତା ନିର୍ଧାରଣ କରିବେ ନେତାଙ୍କ ଭାଗ୍ୟ। ତିନି ପ୍ରମୁଖ ଦଳର ପାର୍ଥି ପ୍ରଚାର କୁ ଜୋରଦାର କଲେଣି।ଭଞ୍ଜନଗର ପୌରପାଳିକା ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୈଦାନ କୁ ଓଲ୍ହାଇ ବିଜେଡି ପାଇଁ ପ୍ରଚାର ଜୋର ଦାର କଲେଣି।ପ୍ରତି ୱାର୍ଡ କୁ ବୁଲି ବୁଲି ବିଜେଡି ସଙ୍ଗଠନକୁ ମଜୁବୁତ କରୁଛନ୍ତି। ଆଜି ପୌର ପାଳ ନିଜ ବାସଭବନ ରୁ ବାହାରି ଭଞ୍ଜନଗର ପୌରପାଳିକା ର ୧,୨,୩ ଓ ୫ ନମ୍ୱର ୱାର୍ଡର ଲୋକଙ୍କ ପାଖକୁ ଯାଇ ନବୀନ ସରକାର ଙ୍କ ନିର୍ମଳ ଶାସନ ଓ ବିକାଶ ମୂଳକ କାର୍ଯ୍ୟ ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇ ବିଜେଡି କୁ ବିଫୁଳ ମାତ୍ରାରେ ଭୋଟ ଦେଇ ବିଧାୟକ ପାର୍ଥି ବିକ୍ରମ କେଶରୀ ଆରୁଖଙ୍କୁ ସପ୍ତମ ଥର ପାଇଁ ବିଧାୟକ କରିବାକୁ ନିବେଦନ କରୁଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଯୁବ ସଭାପତି ସୁଧୀର ରଞ୍ଜନ ବେହେରା, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ସନ୍ତୋଷ ବେହେରା, ଚିଦାନନ୍ଦ ସ୍ବାଇଁ, ବୁଲୁ ପାଢ଼ୀ, ତପନ କୁମାର ପଣ୍ଡା, ଦୀପକ କୁମାର ମାହାନ୍ତି, ଏମ. ଡ଼ି ହସନ,ମହିଳା ନେତ୍ରୀ ସୁଜ୍ଞ୍ୟାନି କୁମାରୀ ଗୌଡ଼,ଡୁଲୁ ଦାସ, ଓ ପୌର ପରିଷଦ ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ