ପଣା ସହ ଟୋପି ଛତା ବଣ୍ଟନ

ବ୍ରହ୍ମପୁର,(ଅନିଲ କୁମାର): ଖରା ସହ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉତ୍କଳିକା କଳା ନିକେତନ ତରଫରୁ ବା ଉଁଟୋଇ ଓ ପଥଚାରୀ ମାନଙ୍କୁ ପଣା ସହ ଛତା ଟୋପି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏଥିରେ ଉତ୍କଳିକା ଅନୁଷ୍ଠାନ ର ପ୍ରତିଷ୍ଠାତ୍ରି ତଥା ଓଡିଶୀ ନୃତ୍ୟ ଶିଳ୍ପୀ ଶୁଭଶ୍ରୀ ସାବତ ନେତୃତ୍ୱ ନେଇଥିଲେ। ଅନୁଷ୍ଠାନ ର ବହୁତ ଛାତ୍ରୀ ଙ୍କ ସହ କଳାକାର କୃଷ୍ଣ ପ୍ରସାଦ ସାବତ , ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ,ସନ୍ତୋଷ ସାବତ, ସମାଜସେବୀ ମୁନା ମହାରଣା ଏବଂ ସାଇ ପ୍ରସାଦ ସାବତ ପ୍ରମୁଖ ସହଯୋଗକରିଥିଲେ । ଆଗକୁ ମଧ୍ୟ ଏପରି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶୁଭଶ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ