ପୋଲସରା ମଥୁରା ଗୁପ୍ତେଶ୍ଵର ମନ୍ଦିରରେ ଜଳାଭିଷେକ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ଗୁପ୍ତେଶ୍ଵର ମନ୍ଦିରରେ ବିଶ୍ବର ମଙ୍ଗଳ ପାଇଁ ଜଳାଭିଷେକ ହୋଇଯାଇଛି। ବର୍ତ୍ତମାନ ବିଶ୍ବରେ ଯୁଦ୍ଧର ଭୟାବହ ପରିଣତି ହେବାକୁ ଯାଉଥିବା ବେଳେ, ବିଶ୍ୱ ପରିବେଶ ନଷ୍ଟ ହେବାକୁ ଯାଉଥିବା ବେଳେ ଓ ବିଭିନ୍ନ କ୍ଷେତ୍ରରେ ନାନା ଅଶାନ୍ତ ବାତାବରଣ ସୃଷ୍ଟି ହେଉଥିବା ବେଳେ ତାହା ଯେପରି ଅନ୍ତ ଘଟି ସମସ୍ତଙ୍କ ହୃଦୟରେ ସଦବୁଦ୍ଧି ସୃଷ୍ଟି ହୋଇ ବିଶ୍ୱ ଶାନ୍ତି ହେବ ସେଥିପାଇଁ ମଥୁରା ଗ୍ରାମବାସୀଙ୍କ ପକ୍ଷରୁ ଗୁପ୍ତେଶ୍ଵର ମହାଦେବଙ୍କ ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୁରୋହିତ ଭାବେ ଲକ୍ଷ୍ମୀ ଚରଣ ମିଶ୍ର ପୂଜାକାର୍ଯ୍ୟ ପରିଚାଳନା କରିଥିବା ବେଳେ କର୍ତ୍ତା ଭାବେ ଡାକ୍ତର ସଞ୍ଜୟ କୁମାର ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ। ବ୍ରାହ୍ମଣ ମାନେ ମନ୍ଦିର ନିକଟସ୍ଥ ପୋଖରୀରୁ ପିତଳ କଳସୀରେ ଜଳ ଆଣି ଗୁପ୍ତେଶ୍ଵର ମହାଦେବଙ୍କୁ ଜଳାଭିଷେକ କରିଥିଲେ। ଗ୍ରାମର ସମସ୍ତ ଜନସାଧାରଣ ଏହି ମହତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ