ଆଦର୍ଶ ଆଚରଣବିଧୂ ଉଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସାଧାରଣ ନିର୍ବାଚନ ଘୋଷଣା ହେବା ଦିନ ୧୬ ମାର୍ଚ୍ଚ ଠାରୁ ଆଦର୍ଶ ଆଚରଣ ବିଧ୍ ଲାଗୁ ହୋଇଛି. ଏହା ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ବଳବତ୍ତର ରହିବ । ଜିଲ୍ଲାରେ ୨ ବିଧାନସଭା ମଣ୍ଡଳୀ ତଥା ମୋହନା (ଏସ୍.ଟି) ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ ଆଜିସୁଦ୍ଧା ୧୧୬ ଅଭିଯୋଗ ସି-ଭିଜିଲ୍ ପୋର୍ଟାଲ୍ ମାଧ୍ୟମରେ ହସ୍ତଗତ ହୋଇଛି। ସମସ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୁହାଯାଇଛି। ସେହିଭଳି ବିଭିନ୍ନ ରାଜନୈତିକ ଦଳ ତରଫରୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନିକଟରେ ଆଦର୍ଶ ଆଚରଣ ବିଧ୍ ଉଲଂଘନ କରିଥିବା କର୍ମଚାରୀଙ୍କ ବିରୋଧରେ ୧୦ଟି ଅଭିଯୋଗ ଦାଖଲ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେଗୁଡିକ ମଧ୍ୟରେ ଯାଜପୁର ଗ୍ରାମବାସୀ ଓ ଅଙ୍ଗଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ରାଜନୈତିକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇଥିଲା I ଯାହାକି ମିଥ୍ୟା ବୋଲି ପ୍ରମାଣ ପାଇଛନ୍ତି ତଦନ୍ତକାରୀ ଟିମ୍। ସେହିପରି ପାରଳା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓଙ୍କ ୮ଟି ଅଭିଯୋଗକୁ ଭିରି କରି ତଦନ୍ତ କରାଯାଇଥିଲା। ସେହି ଅଭିଯୋଗ ଗୁଡିକୁ ତଦନ୍ତ କରାଯାଇଛି। ଅଭିଯୋଗ ଭିତ୍ତିରେ ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତର ସିଆରପି ଗୀତାଞ୍ଜଳି ଭୂୟାଁଙ୍କୁ ବହିଷ୍କୃତ କରାଯାଇଥିବା ବେଳେ, କାଶୀନଗର ବ୍ଲକ ମୁଞ୍ଜୁଲିଗୁଡାର ଆଶାକର୍ମୀ ସମୀକ୍ଷା ଗମାଙ୍ଗଙ୍କୁ ନିଲମ୍ବନ କରାଯାଇଛି । ସେହିପରି କାଶୀନଗର ବ୍ଲକ ପାର୍ତଡା ପଞ୍ଚାୟତର ପିଇଓ ଜାକୁବ ଗମାଙ୍ଗଙ୍କୁ କାର୍ଯ୍ୟନୁଷ୍ଠାନ ବାବଦରେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ନିୟୋଜିତ କରିବା, ପାରଳାଖେମୁଣ୍ଡି ପୌରପରିଷଦର କନିଷ୍ଠଯନ୍ତ୍ରୀଙ୍କ ବିରୋଧରେ ସେକ୍ଟର ଅଫିସର ଡ୍ୟୁଟିକୁ ରଦ୍ଦ କରିବା, ଏଲ୍‌ଆଇଏସ୍ ବୀରରାକୁ ସମ୍ପର୍କରେ ଅଣାଯାଇଥିବା ଅଭିଯୋଗ ଉପରେ ତଦନ୍ତ କରିବାରେ ସେ କୌଣସି ରାଜନୈତିକ ଦଳ ଗୁଡିକ ହାରା ଆୟୋଜିତ କୌଣସି ପ୍ରଚାରରେ ସମ୍ପୃକ୍ତ ନ ଥିବା ଏବଂ ଏନେଇ ପର୍ଯ୍ୟବେକ୍ଷକଙ୍କ ନିକଟରେ ଦାଖଲ ହୋଇଥିବା କୁହାଯାଇଛି। ଗୁମ୍ମା ବ୍ଲକ ପରିଡ଼ା ପଞ୍ଚାଯତର ଯୋଗାଣ ସହାୟକ ଦାମୋଦର ନାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ କଲାବେଳେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ଏବଂ ପର୍ଯ୍ୟବେକ୍ଷକଙ୍କ ନିକଟରେ ରିପୋର୍ଟ ଦାଖଲ କରିବା, ଗୁମ୍ମା ବ୍ଲକ କୃଷିକାର୍ଯ୍ୟାଳୟର ପିଅନ ପ୍ରଦୀପ ଦଳାଇଙ୍କ ଉପରେ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବାବଦରେ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ କୌଣସି ରାଜନୈତିକ କାର୍ଯ୍ୟକଳାପରେ ଜଡିତ ନହେବା ଏବଂ ଏନେଇ ମୁଖ୍ୟ ପର୍ଯ୍ୟବେକ୍ଷକଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବା, ଗୋଷାଣି ବ୍ଲକ ପାଟିକୋଟା ଗ୍ରାମର ସମବାୟ ସମିତି ସମ୍ପାଦକ ଆର୍ ଭେଙ୍କଟରାଓଙ୍କ ଉପରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇଥିଲେ ମଧ୍ୟ ସେ କୌଣସି ରାଜନୈତିକ ଦଳରେ କଦାପି ଜଡିତ ନ ଥିବା ଜଣାପଡ଼ିଥିଲା। ଏନେଇ ମୁଖ୍ୟ ପର୍ଯ୍ୟବେକ୍ଷକଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ଏବଂ କଂଗ୍ରେସ ନେତା ବସନ୍ତ ପଣ୍ଡା ପୌରପରିଷଦ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୋଷ୍ଟର ମରାକୁ ନେଇ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ପୋଷ୍ଟର ଉଭୟ ସ୍ଥାନରେ ଲାଗି ନ ଥିବା ଏବଂ ଏନେଇ ଏକ ରିପୋର୍ଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ