ସାଂସଦ ଓ ବିଧାୟକଙ୍କ ନାମାଙ୍କନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୧୪ ତାରିଖ ଚଳିତ ନିର୍ବାଚନର ଶେଷ ନାମାଙ୍କନ ଦିବସରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଭୋଗରାଇ, ଜଳେଶ୍ଵର, ବସ୍ତା, ରେମୁଣା ଓ ସଦର ବିଧାୟକ ପ୍ରାର୍ଥୀ ମିଳିତ ଭାବେ ଏକ ବିଶାଳ ଶୋଭାଯାତ୍ରାରେ ପହଞ୍ଚି ନିଜ ନିଜର ଅନ୍ତିମ ସେଟ୍ ନାମାଙ୍କନ ଦାଖଲ କରିବେ। ଶୋଭାଯାତ୍ରା ଆଇଟିଆଇ ପଡ଼ିଆରୁ ଆରମ୍ଭ ହୋଇ ପୋଲିସ ଲାଇନ, ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ, ଫାଣ୍ଡି ଛକ ଅତିକ୍ରମ କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବ। ଏହି ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସଭା କାର୍ଯ୍ୟାଳୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତତ୍ବାବଧାନରେ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ର, ବାଲେଶ୍ଵର କ୍ଲଷ୍ଟର ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ଲୋକସଭା ବିସ୍ତାରକ ସରୋଜ ସ୍ବାଇଁ, ବଡ଼ସାହି ବିଧାୟକ ତଥା ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ରଙ୍କ ସମେତ ନିର୍ବାଚନ ସଞ୍ଚାଳନ ସମିତିର ସମସ୍ତ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାରେ ୩୦୦୦୦ ରୁ ଉର୍ଦ୍ଧ୍ୱ କର୍ମୀ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ଶୋଭାଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ବିଶେଷ ଭାବେ ଯୁବମୋର୍ଚ୍ଚା ଓ ମହିଳାମୋର୍ଚ୍ଚା କୁ ଦାଇତ୍ୱ ଅର୍ପଣ କରାଯାଇଛି। ଶୋଭାଯାତ୍ରାରେ ଅନେକ କେନ୍ଦ୍ରୀୟ ନେତୃତ୍ବ ଓ କେନ୍ଦ୍ରମନ୍ତ୍ରୀ ଯୋଗଦାନ କରିବେ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ