ଆଜି ମଙ୍ଗଳବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ପୂର୍ବର ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ସେଥିରେ ସଫଳତା ନିଶ୍ଚୟ ମିଳିବ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପ୍ରତିକାର-: ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

ବୃଷ :-ଆଜି ଆପଣ ଆଶ୍ବସ୍ତ ଲାଭ କରିବେ ପୂର୍ବର ସମସ୍ଯା ଦୂର ହୋଇଯିବ । ମନରେ ଆଶା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ। କୈ।ଣସି ସଙ୍ଗଠନର ସଦସ୍ୟ ପାଇଁ ଆପଣଙ୍କୁ ମନୋନୀତ କରାଯିବ।ଦୟା କ୍ଷମା ସହନ ଶୀଳତା ପାଇଁ ପୁରସ୍କୃତ ହୋଇପାରନ୍ତି। ପ୍ରତିକାର-: ଧଳାରଙ୍ଗର ରୁମାଲ ଟିଏ ବ୍ୟବହାର କରନ୍ତୁ।

ମିଥୁନ :-ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ କୋଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ। ଆପଣଙ୍କ ସପକ୍ଷରେ ରହିବ । ଶତ୍ରୁ ପରାଜିତ ହେବେ ।କର୍ମ କ୍ଷେତ୍ରରେ ସଫଳତା ମିଳିବ। । ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ। ପ୍ରତିକାର-: ଗଣେଶଙ୍କ ପାଖରେ ସାତଟି ରାଶି ଲଡୁ ଭୋଗ କରି ସାତ ଜଣ ପିଲାଙ୍କୁ ବାଣ୍ଟନ୍ତୁ।

କର୍କଟ :-ଆଜି ଆପଣଙ୍କୁ କିଛି ବ୍ୟକ୍ତିଗତ ସମସ୍ୟା କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ବିଜୟ ସୁନିଶ୍ଚିତ ମିଳିବ । ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ।

ସିଂହ :-ଆଜି ଆପଣ ଘରେ ଲାଗିରହିଥିବା ଅଶାନ୍ତିକୁନେଇ ଚିନ୍ତିତ ବ୍ୟଥିତ ଦୁଃଖିତ ହେବେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ନାହିଁ। ମହିଳାମାନେ ଶୁଭ ଫଳ ପାଇବେ। ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।
ପ୍ରତିକାର-: ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କରନ୍ତୁ।

କନ୍ୟା :-ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚଅଧିକାରୀ ସନ୍ତୁଷ୍ଟ ହୋଇ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ‌। ନୂତନ ନିଯୁକ୍ତି ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଛି‌। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ। ଶରୀର ସୁସ୍ଥ ରହିବ ସୁସ୍ବାଦୁ ଭୋଜନ ମିଳିବ। ପ୍ରତିକାର-: ଓଁ ନମଃ ଭଗବତେ ବାସୁଦେବାୟ ନମଃ ୨୭ଥର ଜପ କରନ୍ତୁ।

ତୁଳା :-ଆଜି ଆପଣଙ୍କ ପାଇଁ ଦିନଟି ଖୁସିରେ କଟିବ। ପରିବାରରେ ଭାଇ ଭଉଣୀ ସାଙ୍ଗ ସାଥି ସହିତ ଆଲୋଚନା କରି ଆଲୋଚନାକୁ ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ସୁସ୍ବାଦୁ ଭୋଜନ ମିଳିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ। ପ୍ରତିକାର-: ଗାୟତ୍ରୀ ମନ୍ତ୍ରକୁ ୧୧ଥର ଜପ କରନ୍ତୁ।

ବିଛା :-ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ନିଜ ଜୀବନ ସାଥୀ ସହ ହସ ଖୁସିରେ ଦିନଟି ଅତିବାହିତ କରିବେ। ସନ୍ତାନ ସନ୍ତତିମାନଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ମନ ଅଶାନ୍ତ ହୋଇପାରେ। ସାହାଯ୍ୟ ସହଯୋଗ ପାଇଥିବା ବ୍ୟକ୍ତିମାନେ ପରୋକ୍ଷରେ ବିରୋଧ କରିପାରନ୍ତି।ପ୍ରତିକାର-: ଶିବଲିଙ୍ଗରେ ଓଁ ନମଃ ଶିବାୟ ମନ୍ତ୍ରରେ ୨୭ଟି ବେଲପତ୍ର ଚଢାନ୍ତୁ।

ଧନୁ :-ଆଜି ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ପାରିବାରିକ ବିଶୃଙ୍ଖଳା ଦେଖା ଦେଇପାରେ। ସତର୍କହୋଇ କାର୍ଯ୍ୟ କରନ୍ତୁ । ପରିଶ୍ରମ ଅନୁଯାୟୀ ପାରିଶ୍ରମିକ କମ୍ ମିଳିବ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ନିଜର ବୁଦ୍ଧି ବିବେକ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ପ୍ରତିକାର-: ସାତଟି ପେଡା ହନୁମାନଙ୍କ ପାଖରେ ଭୋଗ କରନ୍ତୁ। ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।

ମକର :-ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ। ଆୟ ବୃଦ୍ଧି ଘଟିବ ,ମନ ପ୍ରସନ୍ନ ରହିବ। ଅନେକ ଦିନର ଆଶା ଅଭିଳାଷ ପୁରଣ ହେବ। କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ପ୍ରତିକାର-: ସାତଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ।

କୁମ୍ଭ :-ଆଜି ଆପଣ ସମସ୍ତ ଦିଗରେ ବିଜୟୀ ହେବେ। ସହଯୋଗୀଙ୍କର ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ । ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି । ମହିଳାମାନେ ସତର୍କତା ଅବଲମ୍ବନ କରନ୍ତୁ। ସାମାନ୍ୟ କଥାକୁ ନେଇ ଗୃହରେ ଅଶାନ୍ତି ଦେଖାଦେଇପାରେ। ପ୍ରତିକାର-: ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ।

ମୀନ :-ଆଜି ଆପଣ କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ନିଜର ପ୍ରଚେଷ୍ଟା ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ହଜିଯାଇଥିବା ଜିନିଷ ପତ୍ର ଅପରାହ୍ନରେ ପାଇ ଖୁସି ଅନୁଭବ କରିବେ। ଦେହ ମନ ସୁସ୍ଥ ରହିବ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ପ୍ରତିକାର-: କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ