ବାଲେଶ୍ବର ବିଜେଡ଼ି ସଦର ନିର୍ବାଚନ ମଣ୍ତଳୀର ବିଶାଳ ମିଶ୍ରଣପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ କଂଗ୍ରେସର ବରିଷ୍ଠ ନେତା ନଳୀନି ରଞ୍ଜନ ଦାସ ଏବଂ ୩୦୦ରୁ ଉର୍ଦ୍ଧ ସମର୍ଥକଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଗ୍ରାମାଂଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ। ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମରେ ପୌରପାଳିକା ଉପାଧ୍ଯକ୍ଷ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସେଠୀ, ପୂର୍ବତନ ନଗରପାଳ ମନୋଜ ରାଉତ, ନବୀନ ଓଡ଼ିଶାର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ବାଗ୍, ବିଜୁ ଯୁବ ଜନତା ଦଳର ରାଜ୍ଯ ସାଧାରଣ ସଂପାଦକ ଶ୍ରୀ ଧୀରେନ କୁମାର ନାୟକ, ୨ନଂ ୱାର୍ଡ ପୂର୍ବତନ କାଉନସିଲର ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପି ନେତା ସୁମିତ କୁମାର ଦାସ,ଯଦୁନାଥ ମଙ୍ଗଳ, ବାପି ଖଟୁଆ, ଶରତ କୁମାର ମାଝି, ପ୍ରଭାତ ମାଝୀ, ସେକ୍ ରମଜୁଲ ଅଲ୍ଲି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ