୬୧ବର୍ଷ ପରେ ଭୋଟ୍ କ୍ଷମତା ପାଇଲେ ଶରଣାର୍ଥୀ ତିବ୍ବତୀୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ରହୁଥିବା ତିବ୍ବତୀୟ ଶରଣାର୍ଥୀମାନେ ଦୀର୍ଘ ୬୧ ବର୍ଷ ପରେ ମତଦାନ ବା ଭୋଟ କ୍ଷମତା ପାଇଛନ୍ତି. ଗତକାଲି ପ୍ରଥମଥର ପାଇଁ ଏମାନେ ଭୋଟ ଦେଇପାରିଥିବା ଯୋଗୁଁ ତିବ୍ବତୀୟ ସମ୍ପ୍ରଦାୟରେ ଖୁସିର ଲହରୀ ଖେଳିଯାଇଛି. ଶରଣାର୍ଥୀ ରହିବେ ନା’ ଭାରତୀୟ ନାଗରିକ ହେବେ, ଏହି ଦ୍ବନ୍ଦ୍ବରେ ରହିଥିବା ତିବ୍ବତୀୟ ଶରଣାର୍ଥୀ ଶେଷରେ ଆଜି ମତଦାନରେ ସାମିଲ ହୋଇଛନ୍ତି । ଦୀର୍ଘ ୬୧ବର୍ଷ ହେଲା ଓଡ଼ିଶାରେ ଶରଣାର୍ଥୀ ଭାବେ ରହୁଥିବା ତିବ୍ବତୀୟମାନଙ୍କ ମଧ୍ୟରୁ ମହେନ୍ଦ୍ରଗଡ଼ କ୍ୟାମ୍ପର ଭୋଟର ଗତକାଲି ଏହି ଗଣପର୍ବରେ ସାମିଲ ହୋଇଥିଲେ। ଏହି କ୍ୟାମ୍ପରେ ରହୁଥିବା ତିବ୍ବତୀୟ ଶରଣାର୍ଥୀଙ୍କ ମଧ୍ୟରୁ ୩୩ ଜଣଙ୍କ ଭୋଟର ତାଲିକାରେ ନାଁଥିଲା । ସେମାନଙ୍କ ମଧ୍ୟରୁ ୮ଜଣ ହିଁ ନିଜ ଅଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି। ତେବେ ଆଉ କିଛି ମତଦାନ ପାଇଁ ଆସିଥିଲେ ମଧ୍ୟ ତାଲିକାରେ ନାଁ ନଥିବାରୁ ଫେରିଯାଇଥିଲେ | ତିବ୍ବତୀୟ ଶରଣାର୍ଥୀଙ୍କୁ ରାଜ୍ୟ ସରକାର ଚଳିତ ଥର ମତଦାନ ପାଇଁ ଅଧିକାର ଦେଇଥିଲେ । ଏଥିପାଇଁ ସେମାନଙ୍କୁ ଭୋଟର ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମତଦାନ ପାଇଁ ଆସିଥିଲେ ମଧ୍ୟ ତାଲିକାରେ ନାଁ ନଥିବାରୁ ଫେରିଯାଇଥିଲେ ।ତିବ୍ବତୀୟ ଶରଣାର୍ଥୀଙ୍କୁ ରାଜ୍ୟ ସରକାର ଚଳିତ ଥର ମତଦାନ ପାଇଁ ଅଧିକାର ଦେଇଥିଲେ । ଏଥିପାଇଁ ସେମାନଙ୍କୁ ଭୋଟର ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା | ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୋଟର ପରିଚୟପତ୍ର ନେବାକୁ ଚାହିନଥିଲେ | ଥରେ ମତଦାନ କଲେ ଭାରତର ନାଗରିକ ହୋଇଯିବେ ଓ ଶରଣାର୍ଥୀ ଭାବେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଆଉ ମିଳିବନି ସେହି ଭୟ ସେମାନଙ୍କୁ ଘାରିଥିଲା | ତେବେ ଏଥିପାଇଁ ଚନ୍ଦ୍ରଗିରି ଠାରେ କାର୍ଯ୍ୟ କରୁଥିବା ଫୁଣ୍ଟସ୍ମୋକିଂ ଶରଣାର୍ଥୀ କାର୍ଯ୍ୟାଳୟ ସେମାନଙ୍କୁ ସେମିତି କିଛି ବାଧ୍ୟବାଧ୍ୟକତା କରିନଥିଲେ ମଧ୍ୟ ଶରଣାର୍ଥୀ ସୁବିଧା ହରାଇବା ଭୟରେ ମୋଟ ୫ଟି ଯାକ କ୍ୟାମ୍ପରେ ମାତ୍ର ଶହେରୁ ଅଧିକ ଶରଣାର୍ଥୀ ଭୋଟର ତାଲିକାରେ ନାମ ଯୋଡ଼ିଥିଲେ | ରା.ଉଦୟଗିରି ବ୍ଲକ୍‌ର ୧୭ଟି ପଞ୍ଚାୟତର ୫୯ଟି ବୁଥ ପ୍ରତିଷ୍ଠା ହୋଇଥିଲା । ସବୁ ବୁଥରେ ଭୋଟ ଗ୍ରହଣ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା | ସମୁଦାୟ ଭୋଟର ୪୫,୩୩୮ଙ୍କ ମଧ୍ୟରୁ ରାତି ୭ଟାରେ ରିପୋର୍ଟ ପ୍ରସ୍ତୁତ ହେବା ସୁଦ୍ଧା ୭୪.୩% ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। କେବଳ ବସ୍ତ୍ରୀଗୁଡ଼ାରେ ମତଦାନ ଚାଲିଥିବା ବେଳେ ଇଭିଏମ୍ ମେସିନ ଖରାପ ହୋଇ ଯାଇଥିଲା | ପରେ, ତାହାକୁ ପରିବର୍ତ୍ତନ କରାଯାଇ ନୂତନ ଇଭିଏମ୍‌ରେ ମତଦାନ ହୋଇଥିଲା। ସେହିଭଳି, ନୂଆଗଡ଼ ବ୍ଳକର ଅନୁଗୁରୁ ଠାରେ ମଧ୍ୟ ମଧ୍ୟ କିଛି ସମୟ ପାଇଁ ଇଭିଏମ୍ ମେସିନ କାମ କରିନଥିଲା | ପୁନର୍ବାର ଏକ ନୂଆ ମେସିନ ଆସିବା ପରେ ମତଦାନ ସ୍ବାଭାବିକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ