ପାରଳାରେ ବିଜେପି – ବିଜେଡି – କଂଗ୍ରେସ ୩ ବିଧାୟକ ପ୍ରାର୍ଥୀ ଓ ଜିଲ୍ଲାପାଳ ମତଦାନ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଯାଇଛି। ଏହି ନିର୍ବାଚନ ମହାପର୍ବରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ତିନି ବିଧାୟକ ପ୍ରାର୍ଥୀ ଓ ଜିଲ୍ଲାପାଳ ଭୋଟ ଦେଇଛନ୍ତି । ଯାଜପୁର ଗ୍ରାମରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ, କାଶୀନଗରର ଭିସ୍ତଳା ଗ୍ରାମରେ ବିଜେପି ବିଧାୟକ ପ୍ରାର୍ଥୀ କେ. ନାରାୟଣ ରାଓ, ପାରଳାଖେମୁଣ୍ଡି ସହରର ୧୪ ନମ୍ବର ୱାର୍ଡରେ ବିଜେଡି ବିଧାୟକପ୍ରାର୍ଥୀ ରୂପେଶ କୁମାର ପାଣିଗ୍ରାହୀ ଓ ପାରଳା ସହରର ଗୌରଚନ୍ଦ୍ର ଗଜପତି ଉପ୍ରାବିଦ୍ୟାଳୟରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଭୋଟ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ