ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ହାତୀଓଟ ଓଏଭିର ସଫଳତା

ପୋଲସରା, (ଅନିଲ କୁମାର ମହାରଣା) : ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଂଜାମ ଜିଲ୍ଲାର ହାତୀଓଟ ଗ୍ରାମସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ରୂପାଲି ସାହୁ ଓ ଦଶମ ଶ୍ରେଣୀରେ ଶାଶ୍ଵତୀ ସାହୁ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ରୂପାଲି ସାହୁ ପ୍ରଥମ ସ୍ଥାନ ଅଧିକାର କରି ମୋଟ ମାର୍କ ୪୬୦ ରଖି ୯୨ ପ୍ରତିଶତ ରଖିଥିବା ବେଳେ ଶିବାନୀ ସ୍ୱାଇଁ ୪୫୯ ମାର୍କ ରଖି ୯୧.୮ ପ୍ରତିଶତ ସହ ଦ୍ଵିତୀୟ ସ୍ଥାନ ଓ ମୋନାଲି ଗନ୍ତାୟତ ୪୪୫ ମାର୍କ ରଖି ୮୯ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଦ୍ୱାଦଶ ଶ୍ରେଣୀରେ ସର୍ବମୋଟ ୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ମୋଟ ୭୯ ଜଣ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀରୁ ଶାଶ୍ଵତୀ ସାହୁ ୯୭.୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ସହ ଗଂଜାମ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ଏହି ପରୀକ୍ଷାରେ ଦ୍ଵାଦଶ ଶ୍ରେଣୀରୁ ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀରୁ ୧୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ଆଣି ସଫଳ ହୋଇଛନ୍ତି। ଏହି ସଫଳତାରେ ବିଦ୍ୟାଳୟର ଅଧକ୍ଷ ତ୍ରିଲୋଚନ ଷଡଙ୍ଗୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିକ୍ଷକ ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ଭବିଷ୍ୟତରେ ବିଦ୍ୟାଳୟର ସୁନାମ ରଖିବା ପାଇଁ ସମସ୍ତଙ୍କୁ ପ୍ରତିଜ୍ଞାବଦ୍ଧ ହେବାପାଇଁ ପ୍ରେରଣା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ