ମା’ ନାରାୟଣୀ ଯାତ୍ରାର ପଞ୍ଚମ ଦିବସ, ଭଜନରେ କମ୍ପିଲା ମଣ୍ଡପ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମା’ ନାରାୟଣୀ ଯାତ୍ରାର ପଞ୍ଚମ ଦିବସ ମା ’ଙ୍କର ବିଶ୍ରାମ ଦିବସ। ସନ୍ଧ୍ୟାରେ ବନବାସୀ ଭଜନ ସନ୍ଧ୍ୟା ବାଲିଗୁଡ଼ା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ମାଙ୍କ ପୂଜକ ମାନେ ଶୁଭ ଉଦଘାଟନ କରିଥିଲେ। ପ୍ରାୟ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏଥି ସହିତ ନାରାୟଣୀ ଆଳତି ବାହିନୀଙ୍କ ଦ୍ଵାରା ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।