ସିବିଏସଇ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଗତ ଦୁଇ ବର୍ଷର ରେକର୍ଡ ଭାଙ୍ଗି ବିଦ୍ୟାଳୟକୁ ଗୌରାବାନ୍ନିତ କରିଛନ୍ତି । ଏହି ବିଦ୍ୟାଳୟର ୭୮ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଏବଂ ୪୩ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି । ୬ ଜଣ ଛାତ୍ରଛାତ୍ରୀ ଶତକଡା ୯୫ରୁ ଅଧିକ ମାର୍କ, ୧୩ ଜଣ ୯୦ରୁ ଅଧିକ ମାର୍କ, ୧୭ ଜଣ ଶତକଡା ୮୦ରୁ ଅଧିକ ଏବଂ ୧୬ ଜଣ ଶତକଡା ୭୦ରୁ ଅଧିକ ମାର୍କ ରଖି ରାଜ୍ୟରେ ଥିବା ସମସ୍ତ ଆଦର୍ଶ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ତିନୋଟି ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି । ଦଶମ ଶ୍ରେଣୀରେ ଲକ୍ଷ୍ମୀପ୍ରିୟା ଦାସ ଶତକଡା ୯୭.୪ ରଖି ପ୍ରଥମ, ଆଦିତ୍ୟ ନାରାୟଣ ସ୍ୱାଇଁ ଏବଂ ସ୍ମୃତିରେଖା ନାୟକ ଯୁଗ୍ମ ଭାବରେ ଶତକଡା ୯୭ ରଖି ଦ୍ୱିତୀୟ ଏବଂ ଶୁଭମ କୁମାର ସାହୁ ଶତକଡା ୯୬.୮ ରଖି ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀରେ ଦିବ୍ୟ ରଞ୍ଜନ ପାଢୀ ଶତକଡା ୯୪ ରଖି ପ୍ରଥମ, ସତ୍ୟ ପ୍ରକାଶ ପେଡା ୯୧.୮ ରଖି ୨ୟ ଓ ରବି ନାରାୟଣ ବାରିକ ଏବଂ ଶୁଭମ୍ ସାହୁ ଶତକଡା ୯୦ ରଖି ୩ୟ ସ୍ଥାନ ହାସଲ କରିଛନ୍ତି । ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ