ଜାତୀୟ ଡେଙ୍ଗୁ ଦିଵସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜାତୀୟ ଡେଙ୍ଗୁ ଦିଵସ ପାଳିତ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ଏକ ସଚେତନତା ସଭାରେ ଅଧ୍ୟକ୍ଷ୍ୟତା କରି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଡା.ଦୁଲାଲ ସେନ ଜଗଦେବ ଡେଙ୍ଗୁ ରୋଗ ଏଡିସ ମଶା କାମୁଡ଼ିବା ଯୋଗୁ ହୋଇଥାଏ.ଏହାର ପ୍ରତିକାର ପାଇଁ ନିୟମିତ ମଶାରୀ ବ୍ୟବହାର କରିବା,ଦେହକୁ ସମ୍ପୂର୍ଣ୍ଣରୂେପ ଘୋଡାଇ ରଖିବା ଓ ଘର ଚାରିପଟେ ପାଣି ଯମିବାକୁ ନ ଦେବା ପାଇଁ ପରାମର୍ଶ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଡା.ମୃତ୍ୟୁଞ୍ଜୟ ମିଶ୍ର,ଡା.ରଞ୍ଜନ ନାୟକ,ଡା.ସଂଜୀବ ପ୍ରଧାନ,ଡିପିଏମ ଅନୀଲ ମହାନ୍ତି, ରମଣୀକାନ୍ତ ଭଞ୍ଜ୍ ପ୍ରମୁଖ ଡେଙ୍ଗୁ ରୋଗର ଲକ୍ଷଣ,ଚିକିତ୍ସା ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ