ହଜାର ହଜାର ବାଇକ୍ ରାଲି ଦମ୍ ଦେଖେଇଲେ ରମେଶ ଜେନା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଶନିବାର ନିର୍ବାଚନ ପ୍ରଚାରର ଶେଷ ଦିନରେ ହାଜର ହଜାର ସମର୍ଥକଙ୍କ ସମାବେଶରେ ବିଶାଳ ବାଇକ୍ ରାଲି କରି ସାନଖେମୁଣ୍ଡି ରେ ଦମ୍ ଦେଖିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଧାୟକ ରମେଶ ଚନ୍ଦ୍ର ଜେନା। ନିଜ ସମର୍ଥକ କର୍ମୀ ସଂଗଠକ ଏବଂ ଜନସାଧାରଣଙ୍କ ସମାବେଶରେ ଆଜି ପ୍ରଚାର ଶେଷ ଦିନରେ ସାନଖେମୁଣ୍ଡି ବ୍ଲକ ସିଂଙ୍ଗିପୁର ପଞ୍ଚାୟତ ପରିକ୍ରମା ଆରମ୍ଭ କରି ଜନ ସାଧାରଣଙ୍କ ଅକୁଣ୍ଠ ସମର୍ଥନ ଆଶା କରିଥିଲେ ।ସିଙ୍ଗିପୁର ପଞ୍ଚାୟତରେ ଶୋଭାଯାତ୍ରା ପରିକ୍ରମା ସହ ବିଶାଳ ବାଇକ୍ ରାଲିରେ ପାଟପୁର ଗାନ୍ଧିଛକ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।କଂଗ୍ରେସ କାର୍ଯ୍ୟାଳୟ ଠାରେ ସମାବେଶିତ ଚାରି ହଜାର ସମର୍ଥକଙ୍କ ଗହଣରେ ଦଳୀୟ ଉଦବୋଧନ ଦେବା ସହ ବିଜୟ ହାସଲ ନେଇ କର୍ମୀଙ୍କୁ ଆହ୍ଵାନ କରିଥିଲେ lଏହା ସହ ରାଜ୍ୟର ଭ୍ରଷ୍ଟ ସରକାର ଏବଂ ଭ୍ରଷ୍ଟ ବିରୋଧୀ ଦଳ ବିଜେପିର ଭିତିରିଆ ଆଭିମୁଖ୍ୟ ନେଇ ଉପସ୍ଥିତ କର୍ମୀ ଙ୍କ ସହ ଆଲୋଚନା କରି କରିଥିଲେ। ପ୍ରଚାରର ଶେଷ ଦିନ ହୋଇଥିବାରୁ ବିଧାୟକ ପ୍ରାର୍ଥୀ ଶ୍ରୀ ଜେନା ନିଜ ସମର୍ଥକଙ୍କ ବିଶାଳ ବାଇକ୍ ରାଲିରେ ପାଟପୁର ଏବଂ ରାଧାଦେଇପୁର ପଞ୍ଚାୟତରେ ପରିକ୍ରମା କରି ଅଭୂତ ଜନ ସମର୍ଥନ ଲାଭ କରିଥିଲେ ।ଗ୍ରାମର ପ୍ରାୟ ଘର ର ମହିଳା ସମୂହ ନିଜ ପ୍ରିୟ ବିଧାୟକଙ୍କୁ ଫୁଲ ଚନ୍ଦନ ଲଗାଇ ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିବା ବେଳେ ଜନସାଧାରଣଙ୍କ ଜୟ ରମେଶ ଭାଇ ଜୟ କଂଗ୍ରେସ ନାରାରେ ପାଟପୁର ଦାଣ୍ଡ ମୁଖରିତ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ