ବିଜେଡ଼ିର ବିଶାଳ ମୋଟର ସାଇକେଲ ରାଲି
ନିମାପଡ଼ା,(ସନ୍ତୋଷ ଦାଶ) କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାହାଟ ନିକଟସ୍ଥ ଧୁମାଳୋ, ଜଙ୍ଗଲବୋରି, ଇସାନପୁର, ସୋରଭା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ମୋଟର ସାଇକେଲ ରାଲି କରି ବିଜେଡ଼ି ବିଧାନସଭା ପ୍ରାର୍ଥୀ ପୂର୍ବତନମନ୍ତ୍ରୀ ତୁଷାର କାନ୍ତି ବେହେରା ନିଜ ସପକ୍ଷରେ ପ୍ରଚାର କରିଛନ୍ତି।ଆଳୁଦଣ୍ଡାପାଟଣା ସ୍ଥିତ ସାଇ ମନ୍ଦିର ଠାରୁ ନିଜ ସମର୍ଥକ ମାନଙ୍କ ସହିତ ବିଜେଡ଼ି ପ୍ରାର୍ଥୀ ଶ୍ରୀ ବେହେରା ପ୍ରଚାର କାର୍ଯ୍ୟ ଆରମ୍ଭ କରି ଆଳୁଦଣ୍ଡାପାଟଣା, ଖାଣିଜିପୁର, ଯୋଗେଶ୍ୱରପୁର, ଧୁମାଳୋ, ନରସିଂହପୁର ହାଟ ଓ ଶାସନ, ଗଡ଼ ନିପାଣିଆଁଗଡ଼, ନୟାହାଟ ବଜାର, ରଙ୍ଗତୋଟା, ଭୂରୁଭୁରା, ସୁଜାଗଡ,
ଜଙ୍ଗଲବୋରି, ପାତ୍ରସାହି, ପାଣିଛତ୍ର,ମଧୁବନ, ପ୍ରଭୃତି ଗ୍ରାମରେ ମୋଟର ସାଇକେଲ ରାଲି କରି ନିଜ ସପକ୍ଷରେ ପ୍ରଚାର କରିଥିଲେ। ତାଙ୍କୁ ଓ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଓ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସେ ଭୋଟର ମାନଙ୍କୁ ନିବେଦନ କରିଥିଲେ। ଚାଚଖାଇ ଠାକୁରାଣୀ ମନ୍ଦିର ଠାରେ ମଧ୍ୟାର୍ଣ୍ଣ ଭୋଜନ ପରେ ପୁଣି ଥରେ ନିକଟସ୍ଥ ଇସାନପୁର ଓ ସୋରଭା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇ ଥିଲା। ଏହି ପ୍ରଚାରରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ବେହେରାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଧୁମାଳୋ ସରପଞ୍ଚ ମୋନାଲିସା ସିଂ, ସମିତି ସଭ୍ୟା ଭାନୁମତୀ ମାଣିକ, ଧୁମାଳୋ ପଞ୍ଚାୟତ ବିଜେଡ଼ି ସଭାପତି ଆଲୋକ କୁମାର ରାୟ,ଶେଖ ମହମ୍ମଦ ସମସୁଲ ଆରଫିନ,ଅଭି ସିଂ, ଜଙ୍ଗଲବୋରି ପଞ୍ଚାୟତ ବିଜେଡ଼ି ସଭାପତି କାହ୍ନୁ ଚରଣ ସାହୁ
ପ୍ରମୁଖ ମୋଟର ସାଇକେଲ ରାଲିରେ ଯାଇ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।