ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରୀମାନେ ୫ମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଚମ୍ପିୟାନ

ବାଲେଶ୍ୱର, (ସରୋଜ ପଣ୍ଡା):ଖୋର୍ଦ୍ଧା ବରୁଣେଇ ଠାରେ ୧୫ ରୁ ୧୭ ଯାଏ ଚାଲିଥିବା ୫ମ ରାଜ୍ୟସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରକେଟ୍ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ।ବାଲେଶ୍ୱର ଦଳ ଗତ କାଲି ଫାଇନାଲ କୁ ଉଠିଥିଲା। ଆଜି ପ୍ରଥମେ ସୋନପୁର ଟସ୍ ଜିତି ପ୍ରଥମ ଫିଲ୍ଡିଂ ଚୟନ କରିଥିଲା। ବାଲେଶ୍ୱର ଦଳ ୧୨ ଓଭର ଖେଳି ୩ ୟୁିକେଟ ବିନିମୟରେ ୧୩୩ ରନ୍ ସଂଗ୍ରହ କରି ଥିବା ବେଳେ ସୋନପୁର ଦଳ ୧୨ ଓଭର ଖେଳି ୧୦୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ପାର୍ବତୀ ମର୍ଣ୍ଡୀ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲା ବେଳେ ପଦ୍ମିନୀ ଟୁଡୁ ୧୮ ବଲ୍ ରେ ୨୩ ରନ୍ ଓ ଇତିକ୍ରିଷ୍ନ। ୩୫ ବାଲ ଖେଳି ୩୪ ରନ୍ ସଂଗ୍ରହ କରି ବାଲେଶ୍ୱର ଟିମକୁ ଚମ୍ପିୟାନ କରିବାର ସକ୍ଷମ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ