ପାରଳାରେ ଜାକଜକମରେ ଆରମ୍ଭ ହେଲା ମା ଫୁଲ ସୁନ୍ଦରୀ ଠାକୁରାଣୀ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳା ସହରରେ ଗତ ତିନିଦିନ ଧରି ଆରମ୍ଭ ହୋଇଛି ମା ଫୁଲ ସୁନ୍ଦରୀ ଠାକୁରାଣୀଙ୍କ ଯାତ୍ରା. ପ୍ରଥମେ ସାତ ଭଉଣୀଙ୍କୁ ଏକାଠି କରି, ସମୁଟିଆ ସାହି ସ୍ଥିତ ଫୁଲ ସୁନ୍ଦରୀ ମନ୍ଦିର ଠାରେ ଅତ୍ୟନ୍ତ ଜାକଜାକମରେ ଯାତ୍ରା ଆରମ୍ଭ କରାଯାଇଛି. ପାଞ୍ଚ ବର୍ଷରେ ଥରେ ଠାକୁରାଣୀ ଯାତ୍ରା କରାଯାଇଥାଏ, ସ୍ଥାନୀୟ ଲୋକେ ଭାରତ ର ଯିଏ ଯେଉଁଠାରେ ଥାନ୍ତି ଏହି ଠାକୁରାଣୀ ଯାତ୍ରା ପର୍ବ ରେ ଯୋଗ ଦେଇଥାନ୍ତି, ସାହି ସାରା ଆଲୋକ ମାଳା ରେ ସଜ କରାଯାଇଥାଏ, ପ୍ରତେକ ଲୋକ ନୂଆ ପୋଷାକ ପିନ୍ଧିଥାନ୍ତି,ଯାତ୍ରା ର ପ୍ରତେକ ଦିନ ସନ୍ଧ୍ୟା ରେ ମା ଙ୍କୁ ନେଇ ସହର ପରିକ୍ରମା କରନ୍ତି ହଜାର ହଜାର ଭକ୍ତ, ଶୁଭଖୁଣ୍ଟି ପଡି଼ବା ଠାରୁ ବିଶର୍ଜନ ପ୍ରଯନ୍ତ ଏହି ସାହି ଗୁଡିକ ଭକ୍ତିଭାବ ପରିପୂର୍ଣ ହୋଇ ରହିଥାଏ, ଏହି ଠାକୁରାଣୀ ଯାତ୍ରା ସାତ ଦିନ ଧରି ବହୁ ଧୁମଧାମ ରେ ପାଳନ କରାଯାଇଛି,ଏହି ଠାକୁରାଣୀ ଯାତ୍ରା ପରିଚାଳନା କରିଛନ୍ତି ଜାନକୀ ବେହେରା, ମଧୁ ବେହେରା, ଗୌରୀ ପ୍ରଧାନ, କୃଷ୍ଣ ବେହେରା,ଗଙ୍ଗା ବେହେରା ପ୍ରମୁଖ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ