ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଆଇନଜୀବୀ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଗରାପୁରସ୍ଥିତ ଦି ପ୍ୟାଲେସ୍ ପରିସରରେ ଏକ ଆଇନଜୀବୀ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁଙ୍କ ସଭାପତିତ୍ୱରେ ଏବଂ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବାର୍ କାଉନସିଲ୍‌ର ଉପାଧ୍ୟକ୍ଷ ରାଜୀବ ମହାନ୍ତି, ରାଜ୍ୟ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସଭାପତି ମିଲନ କାନୁନଗୋ, ସଂଯୋଜକ ମନୋଜ ବର୍ମା, କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ ଓ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ ଆଇନଜୀବୀ ଓ ବିଜେଡି ସମର୍ଥକମାନଙ୍କୁ ନିବେଦନ କରିଥିଲେ । ନବୀନ ପଟ୍ଟନାୟକ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ଓଡିଶାର ଓକିଲମାନଙ୍କ କଲ୍ୟାଣ ନିମନ୍ତେ ଚିନ୍ତା କରିବା ସହିତ ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୧୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏଥିସହିତ ଆଗାମୀ ଦିନରେ ଓକିଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିସାରିଛି । ଏହାବ୍ୟତୀତ ଓକିଲମାନଙ୍କ ସୁରକ୍ଷା ନିମନ୍ତେ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେବାକୁ ଯାଉଛି । ତେଣୁ ସମସ୍ତ ଓକିଲ ବନ୍ଧୁମାନେ ଆଗାମୀ ଜୁନ୍ ୧ ତାରିଖରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସମେତ ସମସ୍ତ ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କୁ ଯୋଡି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ରାଜ୍ୟ ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଶ୍ରୀ କାନୁନଗୋ ନିବେଦନ କରିଥିଲେ । ଆଇନଜୀବୀ ମନୋଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ରଜସୁନ୍ଦର ରାଉତ ସ୍ୱାଗତ ଭାଷଣ, ରଞ୍ଜନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ଆଇନଜୀବୀ ମମତାମୟୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଭୀମସେନ୍ ପ୍ରଧାନ, ରାଜେଶ ମହାନ୍ତି, ତମସା ପାତ୍ର, ରମାକାନ୍ତ ସ୍ୱାଇଁ, ଶାନ୍ତିସ୍ୱରୂପ ଭୂୟାଁ, ଇତିହାସ ଲେଙ୍କା, ପ୍ରମୋଦ ସାମଲ, ଅଫସର ଅଲ୍ଲୀ ବକ୍ସ, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ମାନସ ରଞ୍ଜନ ଧଳ, ସେକ୍ ମୁଜିବୁର ରହେମନ, ଦିଲ୍ଲୀପ କୁମାର ପରିଡା, ହରି ପ୍ରସାଦ କର, ଦୀପକ ପ୍ରଧାନ, ମହେଶ୍ୱର ବେହେରା, ସୁଶୀଲ ଦାସ, ଶିଶିର ମଲ୍ଲିକ, ସୁରେଶ ଚନ୍ଦ୍ର ନାୟକ, ହାଡିବନ୍ଧୁ ସିଂ, ଚୈତନ୍ୟ ମଲ୍ଲିକ, ନିରାକାର ପ୍ରଧାନ, ସୁବାଷ ଭଦ୍ର, ମୋହନ ସାହୁ, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ରେଣୁବାଳା ସାମଲ, ଅଜୟ ମହାନ୍ତି, ବିକ୍ରମ ବାରିକ, ମୁକ୍ତାର ଖାଁ ପ୍ରମୁଖ ଶତାଧିକ ବିଜୁ ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟମାନେ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଜିତାଇବା ନିମନ୍ତେ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ