କଂଗ୍ରେସ ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କ ମାର୍ଶାଘାଇ ବ୍ଲକରେ ରୋଡ ସୋ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅଧିନ ପାଟକୁରା ବିଧାନସଭା ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ହୋଇଥିବା ବେଳେ ଚଳିତ ନିର୍ବାଚନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏଠାରେ ୩ଟି ପ୍ରମୁଖ ରାଜନୈତିକ ଦଳର ନବାଗତ ପ୍ରାର୍ଥୀମାନଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ଦେଖିବାକୁ ମିଳିଛିି । ବିଜେଡିରୁ ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ, କଂଗ୍ରେସରୁ ଶିକ୍ଷାବିତ୍ ରତିକାନ୍ତ କାନୁନଗୋ ଓ ବିଜେପିରୁ ପୂର୍ବତନ ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରାର୍ଥୀ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଶ୍ରୀ କାନୁନଗୋ ଆଜି ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ମାର୍ଶାଘାଇ ବ୍ଲକ ଅଧିନ କରିଲୋପାଟଣା, ଜମପଡା, ମେହେନ୍ଦିନଗର ଗ୍ରାମପଞ୍ଚାୟତର ରାଏଚାନ୍ଦ, ଗୋପେଇ, ନାରଣପୁର, କରିଲୋପାଟଣା, ତଳଗାଁ, ଜମପଡା, ଗଉଡଗାଁ, ରଙ୍କାଳ, କରାଣ୍ଡିଆପାଟଣା, ମେହେନ୍ଦିନଗର, ଦଳନ୍ତା, ଅଗରବିନ୍ଧା ପ୍ରଭୃତି ଗ୍ରାମ ଗୁଡିକୁ ଯାଇ ନିର୍ବାଚନ ପ୍ର୍‌ଚାର କରି ଭୋଟ୍ ଭିକ୍ଷା କରିଛନ୍ତି । କଂଗ୍ରେସ ଦଳର ଗ୍ୟାରେଣ୍ଟି କାର୍ଡ ଏବଂ ବିଜେପି ବିଜେଡି ସରକାରର ଅପାରଗତା ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରାଇବା ସହିତ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଅଶୀର୍ବାଦ କରିବାକୁ ଶ୍ରୀ କାନୁନଗୋ ନିବେଦନ କରିଥିଲେ । ପାଞ୍ଚଶହରୁ ଅଧିକ ବାଇକରେ ପ୍ରାୟ ଏକହଜାର ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା ବେଳେ ବ୍ଲକ ସଭାପତି ହିରଣ୍ୟ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ରାଉତ, ପ୍ରତାପ ସ୍ୱାଇଁ, ଦୟାନିଧି ଜେନା, ସନ୍ତୋଷ ମହାନ୍ତି, ସୁକାନ୍ତ ରାଉତରାୟ, ମିନକେତନ ମଙ୍ଗରାଜ, ଅଲିଅଳ ପରିଡା, ରଞ୍ଜନ ବେହେରା, ଦୋଳଗୋବିନ୍ଦ ମାହାଳି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ