ପାରଳାରେ ସ୍କୁଟର ଡିକି ଭାଙ୍ଗି ୮୦ ହଜାର ଟଙ୍କା ଲୁଟ

ପାରଳା ଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ଦୁର୍ବୃତ୍ତ ଏକ ସ୍କୁଟରର ଡ଼ିକି ଭାଙ୍ଗି ୮୦ ହଜାର ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି. ପାରଳା ପୋଲିସ ସିସିଟିଭି ଫୁଟେଜକୁ ନେଇ ତନାଘନା ଜାରି କରିବା ସହ ଅତି ତୁରନ୍ତ ସମ୍ପୃକ୍ତ ଦୁର୍ବତ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି. ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ସହରର ମକାତୋଟାମା ମନ୍ଦିର ନିକଟସ୍ଥ ବିଶ୍ଵନାଥ ନଗରରେ ଏକ ସ୍କୁଟରର ଡିକି ଭାଙ୍ଗି ପ୍ରାୟ ୮୦ ହଜାର ଟଙ୍କା ନେଇଯାଇଛନ୍ତି। ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପେଟି ଗ୍ରାମର ନରସିଂହ ମିଶ୍ର କଲେଜ ଛକ ସ୍ଥିତ ଷ୍ଟେଟବ୍ୟାଙ୍କରୁ ୮୦ ହଜାର ଚାର ଟଙ୍କା ବାହାର କରି ନି ନିଜ ସ୍କୁଟର ଡିକିରେ ରଖୁଥିଲେ | ପରେ ସେ ବିଶ୍ଵାନାଥ ନଗର ଠାରେ ରହୁଥିବା ନିଜ ସାନ ଭାଇ ପ୍ରଭାତ ମିଶ୍ରଙ୍କ ଘରକୁ କୌଣସି ଏକ କାମରେ ଯାଇଥିଲେ। ନିକ ଭାଇଙ୍କ ଘର ବାହାରେ ସ୍କୁଟର ରଖି ଘର ଭିତରକୁ ଯାଇଥିଲେ । ଏହାର ସୁଯୋଗ ଦେଖ୍ କେହି ଦୁର୍ବୃତ୍ତ ସ୍ଫୁଟର ଡିକି ଭାଙ୍ଗି ଟଙ୍କା ଚୋରି କରି ନେଇଥିଲା. ବାହାରକୁ ଶ୍ରୀ ମିଶ୍ର ଆସି ଦେଖିବାବେଳେ ସ୍କୁଟର ଡିକି ଭାଙ୍ଗିଥିବା ଓ ସେଥିରେ ରଖିଥିବା ୮୦ ହଜାର ଟଙ୍କା ଲୁଟ ହୋଇଯାଇଥିବାର ଜାଣିବାକୁ ପାଇଥିଲେ ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇ କହିଛନ୍ତିଯେ, ଘଟଣା ନେଇ ପୋଲିସଙ୍କୁ ସୂଚନା ଦେବା ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ତତ୍ତ୍ୱାବଧାନରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ. ଘଟଣା ନେଇ ପାରଳା ଥାନା ଆଇଆଇସି ଶ୍ରୀ ଭୂପତି କହିଛନ୍ତି ସମସ୍ତ ପ୍ରକାର ଅନୁଧ୍ୟାନ ଓ ତଦନ୍ତ ଜାରି ରହିଛି. ସେହି ଅଞ୍ଚଳର ସିସିଟିଭିର ଫୁଟେଜକୁ ନେଇ ତଦନ୍ତ ଜାରି ରହିଛି. ଅତିଶୀଘ୍ର ସମ୍ପୃକ୍ତ ଦୁର୍ବତ୍ତଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ