ଡୁମୀଗୁଡା ନିକଟରୁ ଗଞ୍ଜେଇ ଜବତ , ଜଣେ ଦିବ୍ୟlଙ୍ଗ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଦୁମିଗୁଡl ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ l ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଜଣେ ଦିବ୍ୟlଙ୍ଗ ବ୍ୟକ୍ତିକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଏସଆର ମାରିୟ ପାଲ (୫୨) l ପୋଲିସ୍ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ସାଢେ଼ ୧୦ ଟାରେ ଏସ ଆଇ ପାଲାକା ଓ ଟିମ ପେଟ୍ରୋଲିଂ କରିବା ବେଳେ ଡୁମୀଗୁଡା ନିକଟରେ ଏକ ବ୍ୟାଗ ଧରି ଭିନ୍ନକ୍ଷ୍ୟମ ବ୍ୟକ୍ତି ଜଣକ ବସ କୁ ଅପେକ୍ଷା କରିଥିଲେ l ସନ୍ଦେହରେ ପୋଲିସ ଯାଞ୍ଚ କରିବାରୁ ଉକ୍ତ ବ୍ୟାଗ ରୁ ୮କିଲ ୮ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା l ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ମୋହନା କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସଭ୍ରାନ୍ତ ପଣ୍ଡା ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ