କମ୍ୟୁନିଷ୍ଟ ନେତା ନାରାୟଣଙ୍କୁ ଶୁଭେଚ୍ଛା ଜଣାଇଲେ ଅବନୀ ଗୟା

ବ୍ରହ୍ମପୁର,(ଅନିଲ କୁମାର): ଆଜୀବନ କାରାଦଣ୍ଡ ଭୋଗୁଥିବା ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀଙ୍କୁ ଆନ୍ତରୀଣ ଜାମିନ ମିଳି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଗତକାଲି ବାହାରିଛନ୍ତି l ଟାଟା ଷ୍ଟିଲ ପ୍ଲାଣ୍ଟ ନାଁ ରେ ଜବରଦସ୍ତ ଜମି ଓ ଭିଟାମାଟିରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ବେଦଖଲ କରିବା ବିରୁଦ୍ଧରେ ଗଣ ସଂଗ୍ରାମ ସମିତି ଲଢେଇ କରିଥିଲା l ଗ୍ରାମବାସୀଙ୍କ ଭୂମି ଅଧିକାରକୁ ସାବ୍ୟସ୍ତ କରିବା ଓ ସେମାନଙ୍କୁ ତାଙ୍କ ହକ ଦେବାପାଇଁ ଏନ. ନାରାୟଣ ରେଡ୍ଡୀ ଏହି ଗଣତାନ୍ତ୍ରିକ ଆନ୍ଦୋଳନର ନେତୃତ୍ୱ ନେଉଥିଲେ l ଜମି ସମ୍ପୂର୍ଣ ଭାବେ ଆଜି ଟାଟା ଅଧୀନରେ ଥିଲେ ବି ଆଜି ଟାଟା କମ୍ପାନୀ ପ୍ଲାଣ୍ଟ କରିବା ନାମ ଧରୁନାହିଁ l ଏଣୁ ଜମି ହାତେଇବା ପାଇଁ କମ୍ପାନୀ ମାନଙ୍କ ଷଡଯନ୍ତ୍ରକୁ ଜନଗଣ ବୁଝିବା ଆବଶ୍ୟକ ଓ ସରକାର ନିଜସ୍ୱ ଉଦ୍ୟମ ନେଇ କାରଖାନା ପ୍ରତିଷ୍ଠା ପାଇଁ ଆଗକୁ ଆସିବା ଦରକାର l ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଆଜି ଏନ. ନାରାୟଣ ରେଡ୍ଡୀଙ୍କୁ ତାଙ୍କ ଛତ୍ରପୁର ବାସଭବନରେ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇବାସହ ବର୍ତମାନର କେନ୍ଦ୍ରର ଫାସିବାଦୀ ସରକାରକୁ ପରାସ୍ତ କରିବାପାଇଁ ସମସ୍ତ ବାମପନ୍ଥୀ ଦଳଙ୍କୁ ଏକ ମିଳିତ ପ୍ଲାଟଫର୍ମରେ ଏକାଠି ହେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ