ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ବିକାଶ ସିଂ ଆଜି ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ଚାଲୁଥିବା ଗଣମାଧ୍ୟମ ପ୍ରମାଣନ ଏବଂ ଯାଞ୍ଚ କମିଟି (ଏମସିଏମସି) କେନ୍ଦ୍ର ପରିଦର୍ଶନ କରିଛନ୍ତି I ଏହି ପରିଦର୍ଶନ କରି ଏମସିଏମସି ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଶ୍ରୀ ସିଂ ପଚାରି ବୁଝିଥିଲେ I ବିଭିନ୍ନ ପ୍ରିଣ୍ଟ, ବୈଦ୍ୟୁତିକ ଓ ସୋସିଆଲ ମିଡ଼ିଆରେ ପ୍ରକାଶିତ ଖବର ଉପରେ ଦୃଷ୍ଟିରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ I ସେହିଭଳି ପ୍ରିଣ୍ଟ, ବୈଦ୍ୟୁତିକ ଚାନେଲ ଓ ସୋସିଆଲ ମେଡିଆକୁ ନିୟମିତ ଅନୁଧ୍ୟାନ କରି ପେଡ୍ ନ୍ୟୁଜ୍ ଗୁଡିକ ଉପରେ ଭାରତ ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ Iଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଓ ଏମସିଏମସି କାର୍ଯ୍ୟରେ ନିୟୋଜିତ ଶ୍ରୀ ରାହୁଲ କୁମାର ସିଂ ଓ ରାଜୀବ ଲୋଚନ ନାୟକ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ଏମସିଏମସି ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ I ବୈଦ୍ୟୁତିକ, ରେଡିଓ, ପ୍ରିଣ୍ଟ ଏବଂ ଡିଜିଟାଲ ମିଡିଆ ସମେତ ବିଭିନ୍ନ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନକୁ ପ୍ରମାଣିତ କରିବା ପାଇଁ କାର୍ଯ୍ୟ ପ୍ରବାହକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ଏଥି ସହିତ ଶ୍ରୀ ସିଂ ନିର୍ଦ୍ଦେଶାବଳୀର ସମ୍ଭାବ୍ୟ ଉଲ୍ଲଙ୍ଘନକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ ପାଇଁ ରହିଥିବା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷକଙ୍କ ଲିଆସନି॰ ଅଧିକାରୀ ଶ୍ରୀ କ୍ଷିତୀଶ ପଣ୍ଡା ଉପସ୍ଥିତ ଥିଲେ I ସୂଚନା ଯୋଗ୍ୟ ଯେ ଶ୍ରୀ ସିଂ ୦୬-ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟର ପର୍ଯ୍ୟବେକ୍ଷଣ ଓ ଅନୁଧ୍ୟାନ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ