ଚାଷ ଜମିରେ ଖୋଳାଯାଇଛି ନାଳ, ଅସୁବିଧାରେ ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ କେନାଲ ଓ କାଡା ନାଳର ବ୍ୟବସ୍ଥା କରିଛନ୍ତି । ଏନେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ଏସମସ୍ତ କାର୍ଯ୍ୟକୁ ସଂପୃକ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କ ଜରିଆରେ କରାଯାଉଛି । ଉପଯୁକ୍ତ ସ୍ଥାନରେ କାଡା ନାଳ ନିର୍ମାଣ କରାଯାଉନାହିଁ । ମନମୁଖୀ ଭାବେ ନାଳ ଖୋଳା ଯାଇ ଅଧପନ୍ତରିଆ ଅବସ୍ଥାରେ ଛାଡି ଦିଆଯାଉଥିବାରୁ ଚାଷୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲା ବନ୍ତ ତହସିଲ ଅଞ୍ଚଳରୁ । ଛୟାଳସିଂହ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧିନ ବେଗନା ମୌଜାର କାଶିନାଥ ସାହୁଙ୍କ ଚାଷ ଜମିରେ ଭଦ୍ରକ କାଡା ବିଭାଗ ପକ୍ଷରୁ ଠିକାଦାରଙ୍କ ଜରିଆରେ ୩ଫୁଟ ଓସାର ଓ ୩ ଫୁଟ ଗଭୀର ଏକ ବିରାଟ ନାଳ ମନମୁଖୀ ଭାବେ ଖୋଳା ଯାଇ ଅଧପନ୍ତରିଆ ଅବସ୍ଥାରେ ଛାଡି ଦିଆଯାଇଛି । ଫଳରେ ଚାଷ କାର୍ଯ୍ୟ ବେଳେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି । ଏଥିନେଇ ଚାଷୀ କାଶିନାଥ ସାହୁ ଆର୍‌.ଡି.ସି କଟକ ଓ ଭଦ୍ରକ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ