କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ପ୍ରତାପ ରାୟଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ ରାୟଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ସୁଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ କବି ମାନସୀପ୍ରଭା ସ୍ୱାଇଁ, ସାରଥୀ କାନୁନଗୋ, ସୁରେନ୍ଦ୍ର ପଣ୍ଡା, ଧନେଶ୍ୱର ବାବା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଦୟାନନ୍ଦ ସେବାଶ୍ରମର ଅଧ୍ୟକ୍ଷ ମଦନ ବାବା ଘୃତଯଜ୍ଞ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ନାଥ ମହାନ୍ତି, ପ୍ରେମଲତା ଗିରି, ପ୍ରତାପ ମହାପାତ୍ର, ପ୍ରଣବ କୁମାର ଜେନା, ଦୟାନିଧି ଦାଶ, ଅଭୟ କୁମାର ଜେନା, ଭୀମସେନ ପ୍ରଧାନ, ସୁଚିତ୍ରା ସାମଲ ପ୍ରମୁଖ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଉପରେ କବିତା ପାଠ କରିଥିଲେ । ସମସ୍ତ କବି ଓ କବୟିତ୍ରୀମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ