ନାମ ଲେଖା ଆବେଦନ ପାଇଁ ଶିକ୍ଷାର୍ଥୀ ହଇରାଣ

ସୋରଡା,(ରଜନୀକାନ୍ତ ମହାପାତ୍ର):ରାଜ୍ୟରେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଚାଲିଥିବା ବେଳେ ଏବେ ଏହି ନିର୍ବାଚନର ପ୍ରଭାବ ଶିକ୍ଷାର୍ଥୀ ମାନଙ୍କ ଉପରେ ପଡିବାରେ ଲାଗିଛି। ଏବେ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ପ୍ରମାଣ ପାତ୍ରର ଅବଶ୍ୟକତା ରହିଛି। ପ୍ରମାଣ ପାତ୍ର ପାଇଁ ଏମାନେ ସବୁ ଅନଲାଇନ ମାଧ୍ୟମରେ ଆବେଦନ କରିଥାନ୍ତି। ନାମଲେଖା ଆବେଦନ ପାଇଁ ବିଭିନ୍ନ ପ୍ରମାଣ ପାତ୍ର ଯଥା ସ୍ଥାୟୀ ପ୍ରମାଣ ପାତ୍ର, ଆୟ ପ୍ରମାଣ ପାତ୍ର ଓ ଜାତିଗତ ପ୍ରମାଣ ପାତ୍ର,ସମେତ ଅନୟାନ ପ୍ରମାଣ ପାତ୍ର ପାଇଁ ତହସିଲ ରେ ଆବେଦନ କରିଥାନ୍ତି। ଏହା ସହ ସର୍ବସାଧାରଣରେ ହିତାଧିକାରୀ କିଏ ପଟ୍ଟା ପାଇଁ ଆବେଦନ କରିଥାଏ ଆଉ କିଏ ସେର୍ଟିଫାଇ କପି ପାଇଁ ଆବେଦନ କରିଥାନ୍ତି। ତେବେ ତହସିଲ ଅଫିସ ଦୌଡି ଦୌଡି ବିଦ୍ୟାର୍ଥୀ ଏବେ ନିରାଶ ହେଉଛନ୍ତି। ସବୁଠାରୁ ଏବେ ସମସ୍ଯା ହେଉଛି ଅନେକ ହିତାଧିକାରୀ ସ୍ଵୟଂ ଓଡିଶା ଯୋଜନା ପାଇଁ ଏକ ଲକ୍ଷ ଟଙ୍କା ରୁଣ ପାଇଁ ଲୋକେ ଆୟ ପ୍ରମାଣ ପାତ୍ର ପାଇଁ ଏବେ ସମସ୍ୟା ଭୋଗୁଛନ୍ତି। ବର୍ତମାନ ପିଜି ପରୀକ୍ଷାରେ ଉତିର୍ଣ୍ଣ ହେଇଥିବା ଛାତ୍ରଛାତ୍ରୀ, ସିୟୁଇଟିର ଉତିର୍ଣ୍ଣ ହେଇଥିବା ଛାତ୍ରଛାତ୍ରୀ ବର୍ତମାନ ବିଏଡ ପାଇଁ ଆବେଦନ ଆରମ୍ଭ କରିଛନ୍ତି। ଅନ୍ୟପଟେ ଏକକ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଆରମ୍ଭ ହେଉଛି ଏବଂ ସିପିଇଟି ପାଇଁ ମଧ୍ୟ ଆବେଦନ ଆରମ୍ଭ ହେଇଛି। ଏପରି ସ୍ଥିତିରେ ଏହି ସବୁ ଶିକ୍ଷାନୁଷ୍ଠାନରେ ପଡିବାକୁ ଇଚ୍ଛୁକ ଥିବା ଶିକ୍ଷାର୍ଥୀ ମାନେ ସ୍ଥାୟୀ ବାସିନ୍ଦା ପ୍ରମାଣ ପାତ୍ର, ଜାତିଗତ ପ୍ରମାଣ ପାତ୍ର ଓ ଆୟ ପ୍ରମାଣ ପାତ୍ର ପାଇଁ ବିଭିନ୍ନ ତହସିଲରେ ଆବେଦନ କରୁଛନ୍ତି। ଏ ସବୁ ବ୍ୟତିତ ବର୍ତମାନ ୨୬ ତାରିଖରେ ୧୦ମ ଶ୍ରେଣୀ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାର ଫଳା ଫଳ ବାହରିବ। ଏହାପରେ ପୁଣିଥରେ ବିଦ୍ୟାର୍ଥୀ ମାନେ ଯୁକ୍ତ ଦୁଇରେ ଓ ଯୁକ୍ତ ତିନି ରେ ନାମ ଲେଖା ପାଇଁ ଆବେଦନ କରିବେ, ଏଥିପାଇଁ ମଧ୍ୟ ବିଭିନ୍ନ ପ୍ରମାଣ ପାତ୍ରର ଆବଶ୍ୟକତା ପଡିବ। ବିଦ୍ୟାର୍ଥୀ ମାନେ ପୁଣିଥରେ ଅନଲାଇନ ମାଧ୍ୟମରେ ଏହି ସବୁ ପ୍ରମାଣ ପାତ୍ର ପାଇଁ ତହସିଲ ରେ ଆବେଦନ କରିବେ। ବର୍ତମାନ ନିର୍ବାଚନ ଚାଲିଥିବା ବେଳେ ସମସ୍ତ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ନିର୍ବାଚନ ପାଇଁ କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ଅନ୍ୟପଟେ ବିଦ୍ୟାର୍ଥୀ ମାନେ ବିଭିନ୍ନ ସେବା ପାଇଁ ବର୍ତମାନ ସମସ୍ଯାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ତେବେ ଏ ସବୁ ସମସ୍ୟାର ସମାଧାନ ପାଇଁ ରାଜସ୍ୱ ବିଭାଗ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଲେ ବିଭିନ୍ନ ବିଦ୍ୟାର୍ଥୀ ମାନେ ଉପକୃତ ହୋଇପାରନ୍ତେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ