ବସ୍ତା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପରିଚାଳନା କମିଟି ଗଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ସାଧାରଣ ନିର୍ବାଚନ ରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ର ପ୍ରଚାର କାର୍ଯ୍ୟ ଓ ନିର୍ବାଚନର ସୁପରିଚାଳନା ପାଇଁ ପରିଚାଳନା କମିଟି ଗଠନ କରାଯାଇଛି | ଏହି ପରିଚାଳନା କମିଟି ରେ ଅଧକ୍ଷ ଭାବେ ବସ୍ତାର ପୂର୍ବତନ ପ୍ରାଥୀ ଶ୍ୟାମାପ୍ରସାଦ ବେହେରା, ବର୍ତମାନର ବିଜେପି ବସ୍ତା ବିଧାୟକ ପ୍ରାଥୀ ରବୀନ୍ଦ୍ର ଆଣ୍ଡିଆ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ପ୍ରଭାରୀ ପର୍ଶୁରାମ ପରିଡା, ବିଜେପିର ବରିଷ୍ଠ ନେତା ଆଦିତ୍ୟ କୁମାର ବାଗ, ବରିଷ୍ଠ ନେତା ସୁବଳ ଦାସ, ଅଜୟ ସାହୁ, ଶିବଶଙ୍କର ପ୍ରଧାନ, ରବୀନ୍ଦ୍ର ଜୈନ, ବିକାଶ ଗିରି ପ୍ରମୁଖ ସଦସ୍ୟ ରହିଛନ୍ତି | ଏହି କମିଟି ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ବିଜୟ ପାଇଁ ପରିଚାଳନା କରିବେ | ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଙ୍କ ଅନୁମୋଦନ କ୍ରମେ ଏହି ପରିଚାଳନା କମିଟି ଘୋଷଣା କରାଯାଇଛି ବୋଲି ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଏକ ପ୍ରେସ ବିବୃତି ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ