ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଜୋରଦାର ଚାଲିଛି ବିଜେପିର ନିର୍ବାଚନ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ନିର୍ବାଚନକୁ ଆଉ ମାତ୍ର ସପ୍ତାହେ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲେଶ୍ୱର ପୌରାଂଚଳର ବିଭିନ୍ନ ୱାର୍ଡରେ ଡୋର ଟୁ ଡୋର କ୍ୟାମ୍ପେନିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି । ସଦର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାଥୀ ମାନସ କୁମାର ଦତ୍ତ ବାଲେଶ୍ୱର ପୌରାଂଚଳ ଅନ୍ତର୍ଗତ ୧୧ନଂ ୱାର୍ଡରେ ଘରକୁ ଘର ବୁଲି ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ସମର୍ଥନ କାମନା କରିଛନ୍ତି । ଟାଉନ ଥାନା ନିକଟରୁ ବାହାରି ୧୧ନଂ ୱାର୍ଡର ଲୋକଙ୍କୁ ଭେଟି ଶ୍ରୀ ଦତ୍ତ ମୋଦି ଗ୍ୟାରେଂଟିର ବାର୍ତ୍ତା ସମ୍ପର୍କରେ ସଚେତନ କରାଇଥିଲେ । ପରେ ସ୍ଥାନୀୟ ନୂଆ ବଜାର ପରିବା ମାର୍କେଟର ବ୍ୟବସାୟୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ସଂକଳ୍ପ ଆଧାରରେ ବିକଶିତ ବାଲେଶ୍ୱର ଗଠନ ପାଇଁ ଜନସାଧାରଣ ନିଶ୍ଚିତ ବିଜେପିକୁ ସମର୍ଥନ ଦେବେ ବୋଲି ଏହି ଅବସରରେ ଶ୍ରୀଦତ ଆଶା ପ୍ରକାଶ କରିଥିଲେ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ପରିଚାଳିତ ବିଜେଡି ସରକାରର ବିକାଶ ନାରା ବିଫଳ ସାବ୍ୟସ୍ତ ହୋଇଥିବାରୁ ଲୋକେ କେନ୍ଦ୍ର ସହିତ ଓଡିଶାରେ ମଧ୍ୟ ବିଜେପି ସରକାର ପ୍ରତିଷ୍ଠା ପାଇଁ ମନ ବଳେଇ ସାରିଛନ୍ତି ବୋଲି ଶ୍ରୀ ଦତ୍ତ କହିଛନ୍ତି । ଆସନ୍ତା ଜୁନ ୧ ତାରିଖରେ ବିପୁଳ ସଂଖ୍ୟାରେ ମତଦାନ ସହ ଉଭୟ ସାଂସଦ ଓ ବିଧାୟକ, ଦୁଇଟି ଯାକ ଆସନ ପାଇଁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ଶ୍ରୀ ଦତ୍ତ ସମସ୍ତଙ୍କୁ ନିବେଦନ କରିଛନ୍ତି । ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଉପେନ୍ଦ୍ର ଶତପଥୀ, ମଣ୍ଟୁ ପେରିୱାଲ, ରାଜେନ୍ଦ୍ର ଚାଟାର୍ଜୀ, ଧୀରଜ ମହାନ୍ତି, ଅବିନାଶ ସେଠୀ, ସସ୍ମିତା ଦାଶ, ସସ୍ମିତା ଶୁକ୍ଳା, ବିଜୟ ପୃଷ୍ଟି, ସଂଜୀବ ପ୍ରଧାନ, ଚିତ୍ତରଞ୍ଜନ ଦତ୍ତ, ପ୍ରମୁଖ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ