ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଙ୍କ ୧୦୩ତମ ଜନ୍ମୋତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶ୍ୱ ସମାଜସେବା ଓ ଆଧ୍ୟାତ୍ମିକ ସଂଗଠନ ଆନନ୍ଦମାର୍ଗର ପ୍ରାଣ ପ୍ରତିଷ୍ଠାତା, ମହାନ ଦାର୍ଶନିକ, ଆଧ୍ୟାମିôକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତର୍ିଙ୍କ ୧୦୩ତମ ଶୁଭ ଜନ୍ମୋତ୍ସବ ପବିତ୍ର ବୈଶାଖୀ ତଥା ଆନନ୍ଦ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ସ୍ଥିତ ଆନନ୍ଦମାର୍ଗ ଆଶ୍ରମ (ଜାଗୃତି)ରେ ପାଳିତ ହୋଇଯାଇଛି । ପ୍ରାତଃରୁ ଭଜନ କୀର୍ତ୍ତନ, ପ୍ରଭାତ ସଙ୍ଗୀତ, ମିଳିତ ସାଧନା, ଆନନ୍ଦବାଣୀ ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ଜିଲ୍ଲ୍‌ା, ସହର ଏବଂ ଯାଜପୁର ଜିଲ୍ଲ୍‌ା ବରୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ବିଶିିଷ୍ଠ ସନ୍ୟାସୀ, ବୁଦ୍ଧିଜୀବି, ସାମଜସେବୀ, ଯୁବ, ଛାତ୍ରଛାତ୍ରୀ ଓ ଆନନ୍ଦ ମାର୍ଗୀମାନେ ଯୋଗ ଦେଇଥିଲେ । ଜନ୍ମଦିବସରେ କପାଳେଶ୍ୱର ପଞ୍ଚାୟତରେ ସ୍ଥାନୀୟ ପିଲାମାନଙ୍କୁ ସହିତ ଆନନ୍ଦ ମାର୍ଗ ସ୍କୁଲରେ ପଢୁଥିବା ପିଲାମାନଙ୍କ ମଧ୍ୟରେ ଆନନ୍ଦ ମାର୍ଗ ଆଶ୍ରମ ପରିସରରେ ଯୋଗ, ଧ୍ୟାନ, ତାଣ୍ଡବ କୌଶିକି ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା କରାଯାଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କାର ବୀତରଣ କରାଯାଇଥିଲା । ନାରାୟଣ ସେବା ସହିତ ପ୍ରସାଦ ଓ ମିଷ୍ଠାନ୍ନ ବିତରଣ କରାଯାଇଥିଲା । ଏହି ଅବସରରେ ଆଦର୍ଶ ମାନବ ସାମଜ ପ୍ରତିଷ୍ଠା ପାଇଁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଙ୍କ ବହୁମୁଖୀ ଅବଦାନ ଶୀର୍ଷକ ଆଲୋଚନା ଚକ୍ରରେ କପାଳେଶ୍ୱର ଗ୍ରାମପାଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି, ଆନନ୍ଦମାର୍ଗର ବରିଷ୍ଠ ମାର୍ଗି ପରମାନନ୍ଦ ମହାନ୍ତି ମୁଖ୍ୟବକ୍ତା ଓ ଶିକ୍ଷାବିତ, ପ୍ରକୃତିବନ୍ଧୁ ତଥା ପ୍ରାକ୍ତନ ଆନନ୍ଦ ମାର୍ଗ ବିଦ୍ୟାଳୟର ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ଏବଂ ରମେଶ ଚନ୍ଦ୍ର ବେଜ୍ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଗୁରୁଦେବ ଆନନ୍ଦମୂର୍ତ୍ତିଙ୍କ ପ୍ରଦତ୍ତ ଆଧ୍ୟାମିକ, ସାମଜିକ, ଅର୍ଥନୈତିକ, ସାଂସ୍କୃତିକ, ଶିକ୍ଷା, ସମାଜସେବା, ସଙ୍ଗୀତ ଓ ନାରୀ ଜାଗରଣ ପଭୃତି ବିଷୟ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲ୍‌ା ଆନନ୍ଦମାର୍ଗର ସମ୍ପାଦକ ଅଶୋକ ମହାରଣା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ମାର୍ଗି ଗଣେଷ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଓଝା, ପର୍ଶୁରାମ ଦେବ, କାଳନ୍ଦି ଦେବ, ବନ୍ଦିତା ଦାସ, ଅନିତା ଦାସ, ତାରାକାନ୍ତ ଆଚାର୍ଯ୍ୟ, ସୁନୀତା ଏବଂ ଆନନ୍ଦ ମାର୍ଗ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଗଣ ଅଂଶଗ୍ରହଣ କରିଥିବାବେଳେ ଆନନ୍ଦ ମାର୍ଗ ସଂଗଠନର କେନ୍ଦ୍ରାପଡା ଜିଲ୍ଲ୍‌ା ମୁଖ୍ୟ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ