ଭଙ୍ଗା ଗୋଡ଼କୁ ଭଲ କରିବା ପାଇଁ ଗଞ୍ଜେଇ ଚୋରାଚାଲାଣ କରି ଧରା ପଡିଲେ ଦିବ୍ୟାଙ୍ଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ସୁଦୂର ତାମିଲନାଡୁକୁ ଗଞ୍ଜେଇ ଚୋରା ଚାଲାଣ କରି ସେହି ଅର୍ଥରେ ନିଜ ଭଙ୍ଗା ଗୋଡ଼କୁ ଭଲ କରିବା ପାଇଁ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ପୋଲିସ ହାତରେ ଧରା ପଡିଛନ୍ତି ଜଣେ ଦିବ୍ୟାଙ୍ଗ. ଘଟଣାରୁ ପ୍ରକାଶ, ନିଜ ଗୋଡ଼ର ଅପରେସନ ପାଇଁ ଟଙ୍କା ଆବଶ୍ୟକ ଥିଲା। ତେଣୁ ସହଜରେ କିପରି ଟଙ୍କା ରୋଜଗାର କରାଯିବ ସେଥିପାଇଁ ଗଞ୍ଜେଇ ଚୋରା ଚାଲାଣକୁ ଆପଣେଇଥିଲେ ଦିବ୍ୟାଙ୍ଗ। ହେଲେ ତାଙ୍କର ଏହି ଚୋରା ଚାଲାଣ ଯୋଜନା ଫେଲ୍ ମାରିଲା। ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୋଲିସ୍ ଏହି ଘଟଣାଟି ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳରେ ଘଟିଛି। ଗିରଫ ବ୍ୟକ୍ତିଜଣକ ତାମିଲନାଡୁର ନାହାକୋଈ ଏସିଆର ମହାଦୀପନନ୍ଦ ବୋଲି ଜଣାଯାଇଛି। କିଛି ମାସ ପୂର୍ବେ ଟ୍ରେନ୍ ଦୁର୍ଘଟଣାରେ ମହାଦୀପନନ୍ଦଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇଯାଇଥିବା ବେଳେ ଅପରେସନ ପାଇଁ ଟଙ୍କା ନ ଥିଲା । ଫଳରେ ସହଜରେ ଟଙ୍କା ରୋଜଗାର କରିବା ପାଇଁ ସେ ଗଞ୍ଜେଇ ଚୋରା ଚାଲାଣକୁ ଆପଣେଇଥିଲେ। ଗଞ୍ଜାଇ କିଣିବା ପାଇଁ ତାମିଲନାଡୁରୁ ଅଡ଼ବା ଥାଳ ନା ଅନ୍ତର୍ଗତ ରାଇପଙ୍କା ଅଞ୍ଚଳକୁ ଆସିଥିଲେ। ସେଠାରୁ ପ୍ରାୟ ୮ କିଲୋ ଗ୍ରାମ ଗଞ୍ଜେଇ କିଣି ୪ ପ୍ୟାକେଟରେ ଧରି ତାମିଲନାଡୁ ବାହାରିଥିଲେ। ହେଲେ ଗଜପତି ଜିଲ୍ଲାର ତୁମିଗୁଡ଼ା ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରୁ ସେ ବ୍ରହ୍ମପୁର ଓ ପରେ ଟ୍ରେନରେ ତାମିଲନାଡୁ ଯିବାକୁ ଟିକେଟ କରିଥିଲେ। ଏହି ସମୟରେ ଖବର ପାଇ ପୋଲିସ୍ ପହଞ୍ଚି ତାଙ୍କୁ ଚୁମିଗୁଡ଼ା ଛକରୁ ଗିରଫ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା ହେବ ବୋଲି ଜଣାଯାଇଛି I ଏହି ଚାଲାଣରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଥିବା ଅଡବା ଥାନାଧୁକାରୀ ଶୁକ୍ରାନ୍ତ କୁମାର ପଣ୍ଡା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ