ରେମୁଣା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ସନ୍ଧ୍ୟାରେ ରେମୁଣା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ସରସ୍ଵତୀପୁର ଗ୍ରାମପଞ୍ଚାୟତର କିଛି ମହିଳା ଏବଂ ଭାଇମାନେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି,ଆଦର୍ଶ ଏବଂ ରାଷ୍ଟ୍ର ହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ। ଏହି ମିଶ୍ରଣ ପର୍ବରେ ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ଉପସଭାପତି ମିନାକ୍ଷୀ ମହାପାତ୍ର ,ସରସ୍ଵତୀପୁର ସରପଞ୍ଚ କୈଳାସ ସ୍ୱାଇଁ,ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ,ପଞ୍ଚାୟତ ସଭାପତି ଗଣେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ମିଶ୍ରଣ ପର୍ବରେ ମିଶିଥିବା ଲିପ୍ସା ଧଳ,ସ୍ଵାଧୀନ ୱାର୍ଡ ମେମ୍ବର ପ୍ରାର୍ଥୀ ରୁନି ସିଂ,ନମିତା ବେହେରା,ଶରତ ପାତ୍ର ଙ୍କୁ ଶ୍ରୀ ଦାସ ପାର୍ଟି ଟୋପି ଏବଂ ଉତ୍ତୋରିୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ