କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପାସହାର ୯୫.୭୭ପ୍ରତିଶତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ପ୍ରତିଶତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ମୋଟ ୩୦ଜଣ ଏ-୧ଗ୍ରେଡ୍‌ରେ ପାସ କରିଛନ୍ତି । ରାଜକନିକା ବ୍ଲକର ଆର.ଏନ. ହାଇସ୍କୁଲ ଛାତ୍ରୀ ଅନନ୍ୟା ବାରିକ ମୋଟ ୬୦୦ମାର୍କରୁ ୫୬୦ମାର୍କ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖି ପାସ କରିବା ସହିତ ଜିଲ୍ଲା ଟପ୍ପର ହୋଇଛନ୍ତି । ଡେରାବିଶ ବ୍ଲକର ୬ଜଣ ଏ-୧ ଗ୍ରେଡ୍‌ରେ ଅର୍ଥାତ ୯୧ପ୍ରତିଶତ ରଖି ପାସ କରି ବ୍ଲକ ଟପ୍ପର ହୋଇଥିବା ବେଳେ ଗରଦପୁର ବ୍ଲକ ତେଣ୍ଡାକୁଡା ଫଜଲହକ୍ ହାଇସ୍କୁଲରଛାତ୍ର ୫୫୨ମାର୍କ ରଖି ଅର୍ଥାତ ୯୨ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ବ୍ଲକର ୭ଜଣ ଏ-୧ ଗ୍ରେଡ୍ ରେ ଅର୍ଥାତ ୯୨ପ୍ରତିଶତ ମାର୍କ ରଖି ପାସ କରିଥିବା ବେଳେ ମେହେନ୍ଦିପୁର ଲାଲବାହାଦୂର ନୋଡାଲ ହାଇସ୍କୁଲର ଛାତ୍ରୀ ମନୋସ୍ୱୀ ଦାସ -୫୫୨ମାର୍କ ରଖି ଟପ୍ପର ହୋଇଥିବା ବେଳେ ଭାରତୀବିଦ୍ୟାମନ୍ଦିରର ଛାତ୍ର ଅଂଶୁମାନ ରାଉତରାୟ, ଜ୍ୟୋତିଯିଜ୍ଞାଶା ପଣ୍ଡା ଓ ଓମପ୍ରକାଶ ନାୟକ ମଧ୍ୟ ୫୫୨ମାର୍କ ରଖି ପୈାରାଞ୍ଚଳ ସ୍ତରରେ ଟପ୍ପର ହୋଇଛନ୍ତି । ମାର୍ଶାଘାଇ ବ୍ଲକର ଗାନ୍ଧିଜୀ ଉଚ୍ଚ ବିଦ୍ୟାପୀଠ, ଆଇତିପୁରର ଛାତ୍ରୀ ହରପ୍ରିୟା ଜେନା – ୫୪୫ମାର୍କ ଅର୍ଥାତ ୯୦.୯ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ମହାକାଳପଡା ବ୍ଲକର ୨ଜଣ ଏ-୧ ଗ୍ରେଡ୍ ପାଇଥିବା ବେଳେ ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲର ଛାତ୍ର ପି. ଜୀବନ ପ୍ରଦୀପ -୫୫୮ମାର୍କ ଅର୍ଥାତ ୯୩ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହେବା ସହ ଜିଲ୍ଲାରେ ଦ୍ୱିତୀୟ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ୬ଜଣ ଏ-୧ ଗ୍ରେଡ୍‌ରେ ପାସ କରିଥିବା ବେଳେ ପଞ୍ଚାୟତ ହାଇସ୍କୁଲ କଷଣଅଣ୍ଟାର ଛାତ୍ରୀ ରାଜଲକ୍ଷ୍ମୀ କର ୫୫୩ମାର୍କ ଅର୍ଥାତ ୯୦.୬୭ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ରାଜନଗର ବ୍ଲକ ବଡପଲ୍ଲୀ ହାଇସ୍କୁଲର ଛାତ୍ର ଦେବୀ ପ୍ରସାଦ ରଥ- ୫୫୨ମାର୍କ ଅର୍ଥାତ ୯୨ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ରାଜକନିକା ବ୍ଲକର ୬ଜଣ ଏ-୧ ଗ୍ରେଡ୍‌ରେ ପାସ କରିଥିବା ବେଳେ ଆଳି ବ୍ଲକରେ କୈାଣସି ଛାତ୍ର ଏ-୧ ଗ୍ରେଡ୍‌ରେ ପାସ କରିନଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ