ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଗରାପୁରସ୍ଥିତ ଏକ ବେସରକାରୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସେହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଲୋକସଭା ସଂଯୋଜକ ସଞ୍ଜୟ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ଉପିନ ରାଉତ, ଜିଲ୍ଲା ମିଡିଆ ସେଲ୍ ପ୍ରମୁଖ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଧିରେନ ସେନାପତି କହିଥିଲେ ଯେ ବିଶ୍ୱର ନେତା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ବାରୋସ୍ଥିତ ସିଦ୍ଧମଠ ପଡିଆ ତୁଳସୀ କ୍ଷେତ୍ରକୁ ଆସୁଛନ୍ତି । ଏହି ଅବସରରେ ସେହି ଦିନ ଅପରାହ୍ନ ୩ ଘଟିକା ପୂର୍ବରୁ ବହୁସଂଖ୍ୟାରେ ସଭାସ୍ଥଳରେ ପହଞ୍ôଚ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସେହି ସଭାରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ୭ଟି ବିଧାନସଭାର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ଦୂର୍ଗାପ୍ରସନ୍ନ ନାୟକ, ଗିତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, ଲଳିତ ବେହେରା, ଅରିନ୍ଦମ ରାୟ, ସୁମନ୍ତ ଘଡେଇ ପ୍ରମୁଖ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ପାଖାପାଖି ଦେଢ ଲକ୍ଷ ଲୋକ ସମାଗମ ହେବେ । ଏହି ଅବସରରେ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସେମାନେ ସମସ୍ତେ ଉପସ୍ଥିତ ରହିବା ନିମନ୍ତେ ଅନୁରୋଧ କରାଯାଇଛି । ଏହା କେନ୍ଦ୍ରାପଡା ରାଜନୀତିର ଏକ ଐତିହାସିକ ସଭା ଯାହା କି ନିର୍ବାଚନର ଶେଷ ଅବସ୍ଥାରେ ଅନୁଷ୍ଠିତ ହେଉଛି । ଏହି ସଭାରେ ରାଜ୍ୟ ନେତୃତ୍ୱ ସହ ଜିଲ୍ଲା ନେତୃତ୍ୱ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଭାରତର ବିକାଶର ସ୍ୱପ୍ନ ସାକାର ନିମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମ୍ଭବ ହେବା ନିମନ୍ତେ କାର୍ଯ୍ୟ କରାଯାଉଅଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ସୁବିଧାର ସୁବନ୍ଦୋବସ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ