ପ୍ରଧାନମନ୍ତ୍ରୀଙ୍କ ୨୯ ତାରିଖ ବାଲେଶ୍ଵର ଗସ୍ତ ପାଇଁ ବିଜେପି ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ୨୯-୦୫-୨୪ ବାଲେଶ୍ଵର ଗସ୍ତରେ ଆସୁଛନ୍ତି। କାର୍ଯ୍ୟକ୍ରମ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରହରିପୁର ପଡ଼ିଆରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ଆଜି ବିଜେପି ଲୋକସଭା ନିର୍ବାଚନୀ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଭାରତ ମାତାଙ୍କ ପୂଜନ ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଅନେକ ଦିଗ ଉପରେ ଆଲୋକପାତ କରାଯିବା ସହିତ ସଂଶ୍ଳିଷ୍ଟ ବିଭାଗର ଦାଇତ୍ୱ ଦଳର ଅନୁଭବୀ କାର୍ଯ୍ୟକର୍ତ୍ତାଙ୍କୁ ଅର୍ପଣ କରାଯାଇଛି। ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ ବିପୁଳ ସଂଖ୍ୟାରେ ଯୋଗଦାନ କରିବା ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନୁରୋଧ ରଖିଛନ୍ତି। ବୈଠକରେ ଲୋକସଭାର କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ର, ରେମୁଣା ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରୀୟ ପ୍ରଭାରୀ ଵୈଳେନ୍ଦ୍ର ଜୈନ, ରେମୁଣାର ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସମେତ ଲୋକସଭା ସଞ୍ଚାଳନ ସମିତିର ସଦସ୍ଯବୃନ୍ଦ, ସମସ୍ତ ପ୍ରଭାରୀ ଓ ସଂଯୋଜକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ