ଶାଗୁଆନ କାଠଗଣ୍ଡି ଚୋରାଚାଲାଣ ବେଳେ ୮ ମାଫିଆ ଗିରଫ ଟ୍ରକ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ହେଉଥିବା ସାଙ୍ଗକୁ କିଛି ଦୁର୍ବୁର୍ତ୍ତ ଜଙ୍ଗଲରେ ନିଆଁ ଲଗାଇ ନିଆଁ ଧୂଆଁର ସୁଯୋଗ ନେଇ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବା ସହ ଜଙ୍ଗଲରୁ ଶାଗୁଆନ କାଠଗଣ୍ଡି କାଟି କନ୍ଧମାଳ ଜିଲାରୁ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିବା ଖବର ବ୍ରାହ୍ମଣୀଗାଁ ବନାଞ୍ଚଳ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ଗୁଡ଼ିକିଆ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଏକ ମିନି ଟ୍ରକ୍‌ରେ ୨୪ ଖଣ୍ଡ ଶାଗୁଆନ କାଠଗଣ୍ଡି ଗଞ୍ଜାମ ଜିଲା ବଡ଼ଗଡ଼ ଅଞ୍ଚଳକୁ ଚୋରାଚାଲାଣ ବେଳେ ଜବତ ହୋଇଛି l ଏଥିରେ ସମ୍ପୃକ୍ତି ୮ ଜଣ ମାଫିଆଙ୍କୁ ଗିରଫ କରି କାଠଗଣ୍ଡି ସହ ଟ୍ରକ୍‌ ଜବତ କରାଯାଇଥିବା ବିଷୟ ବନାଞ୍ଚଳ ଅଧିକାରୀ ହରିହର ବେହେରା ପ୍ରକାଶ କରିଛନ୍ତି। କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ଗିରଫ ୮ ଜଣଙ୍କ ମଧ୍ୟରେ ବଡ଼ଗଡ଼ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ,ଉପେନ୍ଦ୍ର ଗୌଡ଼,ଶରତ ସେଠୀ,ବାବୁଲା ସ୍ବାଇଁ,ଶିବ ଜେନା,କୃଷ୍ଣ ବିଶୋଇ,ବାବୁଲା ଘଡ଼େଇ ଏବଂ ଶଙ୍କର ପାତ୍ର ବୋଲି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ନାମରେ କେସ୍‌ ନଂ ୨୬/୨୪ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ବିଷୟ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ