ଗଞ୍ଜେଇ ନିଶାରେ ୨ ନାବାଳକ ପରସ୍ପରର ବେକ କାଟିବା ଘଟଣାର ପର୍ଦାଫାଶ ଚୋରି ଓ ଡକାୟତି ମୁଖ୍ୟ କାରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସହରରେ ଦୁଇ ନାବାଳକ ପରସ୍ପରକୁ ଆକ୍ରମଣ କରି ବେକ୍ କଟାକଟି ହେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା. ଏହି ଘଟଣା ନେଇ କାଶୀନଗର ପୋଲିସ ସମସ୍ତ ତଦନ୍ତ କରିବା ପରେ ଏହାର ମୁଖ୍ୟ କାରଣର ପର୍ଦାଫାଶ ହୋଇଛି. ଏଥିରୁ ସ୍ପଷ୍ଟ ହୋଇଛି ଯେ ଚୋରି ଓ ଡକାୟତି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା. ଘଟଣାରୁ ପ୍ରକାଶ, ଶନିବାର ଦିନ କାଶୀନଗର ସ‌ହରର ଭେଙ୍କଟଶ୍ଵର ମନ୍ଦିର ସାମ୍ନା ସାହିର ଶେଷରେ ଥିବା ଏକ ପଡ଼ିଆରେ ଦୁଇ ନାବାଳକ ମଧ୍ୟରେ ବେକ କଟାକଟି ଘଟଣା ଅଭିଯୋଗ ହେବା ପରେ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହାର ଛୁରୀ ଓ ବ୍ଲେଡ ଜବତ କରିଥିଲେ | ଦୁଇ ନାବାଳକ ବିଭିନ୍ନ ଅନୈତିକ କାର୍ଯ୍ୟରେ ପୂର୍ବରୁ ସାମିଲ ଥିବା ତଦନ୍ତରୁ ପୋଲିସ ଜାଣି ପାରିଥିଲେ। ହାଇଦ୍ରାବାଦରେ ମୋବାଇଲ ଚୋରି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେବା ସହ ବିଭିନ୍ନ ଚୋରି, ଡକାୟତି ଘଟଣା ନେଇ ଦୁହେଁ ବେକ କଟାକଟି ହୋଇଥିଲେ. ଏହି ୨ ଜଣ ସୁନା ଚୋରି ଘଟଣା ସହ ବିଭିନ୍ନ ସାଙ୍ଘାତିକ ଚୋରି, ଡକାୟତ ଓ ଅନୈତିକ କାର୍ଯ୍ୟ ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି. ନାବାଳକ ନାମରେ କାଶୀନଗର ଥାନାରେ ସୁନା ଚେନ୍ ଚୋରି ମାମଲା ଥିବା ଜଣାପଡ଼ିଛି। ସେହିପରି ନାବାଳକ ଜଣକ କାଶୀନଗର ସହରରେ ମୋବାଇଲ, ବିଭିନ୍ନ ଘରୋଇ ଜିନିଷ ଚୋରି କରିଥିବା ଅଭିଯୋଗ ହେଉଛି I ବର୍ତ୍ତମାନ ଜଣେ ନାବାଳକ ଚିକିତ୍ସିତ ହେଉଥିବାବେଳେ ଅନ୍ୟଜଣକୁ ଜେଜେବିକୁ ପଠାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। କାଶୀନଗର ସହର ବହୁ ଯୁବକ ଓ ନାବାଳକ ନିଶାଦ୍ରବ୍ୟ ତଥା ଗଞ୍ଜେଇ ବ୍ୟବହାର କରିବା ଯୋଗୁ ଏହି ପ୍ରକାର ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥ‌ିବା ଜଣାପଡ଼ିଛି। ନିଶା ଦ୍ରବ୍ୟ କେଉଁ ସ୍ଥାନରୁ ଆସୁଛି, କିଏ ଯୋଗାଉଛି ତାହା ସ୍ପଷ୍ଟ ଜଣାପଡୁ ନ ଥିବା ବେଳେ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ