ଅଜୟଗଡରେ ପ୍ରିମିଅର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଠାରେ ପ୍ରଥମଥର ପାଇଁ ପ୍ରୀମିଆର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅମିନ କୁମାର ସୋନୁ ଲିମା ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଗ୍ରାମର ପ୍ରାୟ ଚାରୋଟି ଦଳ ଯଥା ଅଜୟଗଡ ଷ୍ଟାର, ଅଜୟଗଡ ସୁପର କିଙ୍ଗ, ଅଜୟଗଡ ସିକ୍ସର ଏବଂ ଅଜୟଗଡ ଫାଇଟର ପ୍ରମୁଖ କ୍ରିକେଟ୍ ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ସ୍ଥାନୀୟ ଖେଳାଳି ଖଳାଳିଙ୍କୁ ଖେଳ ପ୍ରତି ଆଗ୍ରହ ଆଣିବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ଯତ୍ନବାନ ହେବା ଆଦି ବୋଲି ମୁଖ୍ୟ ଅତିଥି ଶ୍ରୀ ଲିମା କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ