ବାଲେଶ୍ବର ପୌରପାଳିକାର ବିଭିନ୍ନ ୱାର୍ଡରେ ବିଧାୟକ ପ୍ରାର୍ଥୀ ଶ୍ରୀ ସ୍ବରୂପ କୁମାର ଦାସଙ୍କ ମାରାଥନ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ବରୂପ ଦାସଙ୍କ ନେତୃତ୍ୱରେ ବାଲେଶ୍ବର ନିର୍ବାଚନ ମଣ୍ତଳୀର ୧୮୦୦ କୋଟି ଟଂକା ବ୍ଯୟରେ ବିଭିନ୍ନ ଉନ୍ନତ୍ତି ମୂଳକ କାର୍ଯ୍ଯ ପାଇଁ ବଢ଼ୁଛି ବିପୁଳ ଜନସମର୍ଥନ।ପୌରପାଳିକା ଅନ୍ତର୍ଗତ ୭ନଂ ୱାର୍ଡ ବଙ୍କାଖଜୁରୀ ଛକ, ୨୩ନଂ ୱାର୍ଡ ଗୋସାଳପଦା, ୨୦ନଂ ୱାର୍ଡ ଶୋଭାରମପୁର ପଡ଼ିଆ, ୮ନଂ ୱାର୍ଡ ମଠ ବାଡ଼ି, ୫ନଂ ୱାର୍ଡ ମାନସିଂହ ବଜାର ଏବଂ ମଛୁଆସାହି ଏବଂ ୨୪ନଂ ୱାର୍ଡ ଗୋପାଳବାଡ଼ି ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜନସାଧାରଣଙ୍କ ପଛରେ ଠିଆ ହୋଇ ରହିଛନ୍ତି, ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି। ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ସହିତ ସାଂସଦ ପ୍ରାର୍ଥୀନୀ ଏବଂ ବିଧାୟକ ପ୍ରାର୍ଥୀ ଉଭୟଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ବାଲେଶ୍ବର ବିକାଶର ଦାଇତ୍ବ ମୁଖ୍ଯମନ୍ତ୍ରୀ ନିଜେ ନେଇଥିଲେ ଏବଂ ଏହାର ଫଳ ସ୍ବରୂପ ବାଲେଶ୍ବର ନିର୍ବାଚନ ମଣ୍ତଳୀର ୧୮୦୦ କୋଟି ଟଂଙ୍କାର ବିଭିନ୍ନ ଜନକଲ୍ଯାଣ କାର୍ଯ୍ଯ ହୋଇଛି। ଦିର୍ଘ ଦିନର ସ୍ବପ୍ନ ମାତ୍ର ୩ବର୍ଷରେ ସାକାର ହୋଇଛି ବୋଲି ସ୍ବରୂପ ଦାସ କହିଥିଲେ।ଏହି ଅବସରରେ ୭ନଂ ୱାର୍ଡ କାଉନସିଲର ମିରାଜ ବାନୁ, ପୂର୍ବତନ କାଉନସିଲର ସାକିର ଖାଁ, ୨୩ନଂ ୱାର୍ଡ କାଉନସିଲର ଶଶିରେଖା ମହାନ୍ତି, ପୂର୍ବତନ କାଉନସିଲର ସଞ୍ଜୟ ବେହେରା, ୨୦ନଂ ୱାର୍ଡର ପୂର୍ବତନ କାଉନସିଲର କୌଳାସ ଦାସ, ୫ନଂ ୱାର୍ଡର ୱାର୍ଡ କାଉନସିଲର ମିତା ପଟ୍ଟନାୟକ ଏବଂ ୨୪ନଂ ୱାର୍ଡ କାଉନସିଲର ମୀନା ମହାନ୍ତି ନିଜନିଜ ୱାର୍ଡର ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ କଣ୍ଟାବାଜିର ପୂର୍ବତନ ବିଧାୟକ ଆୟୁବ ଖାଁ, ବରହମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ନବୀନ ଓଡ଼ିଶାର ବାଲେଶ୍ବର ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ ବାଗ, ପୂର୍ବତନ ଉପନଗରପାଳ ଶ୍ରୀ ମନୋଜ ରାଉତ, ବିଜେଡ଼ି ଟାଉନ ସଭାପତି ଶ୍ରୀ ସନତ ଦାସ, ବିଜୁ ଯୁବ ଜନତା ଦଳର ରାଜ୍ଯ ସାଧାରଣ ସଂପାଦକ ଶ୍ରୀ ଧୀରେନ କୁମାର ନାୟକ, ବିଜେଡ଼ି ଜିଲ୍ଲା ମହିଳା ସଂପାଦିକା ଶ୍ରୀମତୀ ମନାଲିସା ପାଣିଗ୍ରାହୀ କାଉନସିଲର ସେକ୍ ଆୟୁବ, ବରିଷ୍ଠ ନେତା ସଲିମ ରାଜା ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ