ସମାଜସେବୀଙ୍କ ଅଭିନବ ପ୍ରୟାସ ପ୍ରଚଣ୍ଡ ରୌଦ୍ରତାପରେ ବୁଲା ଗାଇଗୋରୁଙ୍କୁ ପିଇବା ପାଣି ଯୋଗାଣ ପାଇଁ ଜଳକୁଣ୍ଡ ସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଣେ ସମାଜସେବୀପ୍ରଚଣ୍ଡ ରୌଦ୍ରତାପରେ ବୁଲା ଗାଇଗୋରୁଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଇଛି. ଖରାରେ ଗାଇ ଗୋରୁମାନେ ପିଇବା ପାଣି ସୁବିଧାରେ ଯେମିତି ପାଇପାରିବେ ସେଥିପାଇଁ ସେ ବିଭିନ୍ନ ସ୍ଥାନରେ ଜଳ କୁଣ୍ଡ ଗୁଡିକୁ ସ୍ଥାପନ କରିଛନ୍ତି. କଥାରେ ଅଛି ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ। ସୂର୍ଯ୍ୟଙ୍କର ପ୍ରବଳ ଉତ୍ତାପରେ ବର୍ତ୍ତମାନ ନଦୀ ପୋଖରୀ ଶୁଖିଗଲାଣି । ଯେଉଁ ବୁଲା ଗୋରୁ ଗାଈମାନେ ପାଣି ପିଇବା ପାଇଁ ପୋଖରୀ ଗଡିଆ ଉପରେ ନିର୍ଭର କରୁଥଲେ, ସେମାନେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଯେଉଁଠି ବି ଅଳ୍ପ କିଛି ପାଣି ଅଛି, ତାହା ଦୂଷିତ ହୋଇଯାଇଅଛି ଏବଂ ପିଇବା ଯୋଗ୍ୟ ନୁହେଁ। ଯେଉଁ ବୁଲା ପଶୁପକ୍ଷୀମାନେ ଏହାକୁ ପିଉଛନ୍ତି, ସେମାନେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି। ଏହି ପରିସ୍ଥିତିକୁ ଏଡାଇବା ପାଇଁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ କାଉନସିଲର ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ବିଦ୍ୟାଳୟର ଜୁନିଅରସ୍ ମାନଙ୍କ ସହାୟତାରେ ଏକ ଅଭିନବ ପ୍ରୟାସ ଅପଣାଇଛନ୍ତି। ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ତାଙ୍କର ନିଜସ୍ୱ ଦରମା ଟଙ୍କାରେ କେତେକ ଜଳକୁଣ୍ଡ କିଣି ଗ୍ରାମର ବିଭିନ୍ନ ସ୍ଥାନରେ ରଖି ପାଣି ଢ଼ାଳି ବୁଲା ଗୋରୁ ଗାଈମାନଙ୍କ ପିଇବା ପାଇଁ ଜଳ ବ୍ୟବସ୍ଥା କରିଛନ୍ତି। ଏହା ଦ୍ବାରା ବହୁତ ଜୀବଜନ୍ତୁ, ପଶୁପକ୍ଷୀ ମାନେ ଉପକୃତ ହେଉଛନ୍ତି। ରେଡ଼କ୍ରସ କାଉନସିଲର ନିରଞ୍ଜନ ବିଶ୍ୱାଳଙ୍କ ଏହିଭଳି ଉନ୍ନତମୂଳକ କାର୍ଯ୍ୟ ଜନସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛି। ପୂର୍ବରୁ ସେ ବହୁ ସମାଜମଙ୍ଗଳ କାର୍ଯ୍ୟକରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ