ଭୋଟ ଗଣତି ଓ ଫଳାଫଳ ଘୋଷଣା ପ୍ରକ୍ରିୟା ପାଇଁ ପ୍ରଶାସନ ପ୍ରସ୍ତୁତ, ୧୮୦ କର୍ମଚାରୀ ନିୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି, ଆଗାମୀ ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଏଥିପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାଶ, ଉପଜିଲ୍ଲାପାଳ ଅନୁପ ପଣ୍ଡା ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି। ସକାଳ ୮ ଘଣ୍ଟା ସମୟରେ ବୁଥ ଅନୁଯାୟୀ ଗଣତି ଆରମ୍ଭ କରାଯିବା ପ୍ରଥମେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପୋଷ୍ଟାଲ ବାଲଟ୍‌ର ଗଣତି ପରେ ଇଭିଏମ୍ ଭୋଟ୍‌ର ଗଣତି ଆରମ୍ଭ ହେବ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୯ ଶହ ଏବଂ ମୋହନା ନିର୍ବାଚନ ମଣ୍ଡଳୀରେ ୧୨ ଶହ ପୋଷ୍ଟାଲ ବାଲଟରେ ମତଦାନ ସଂଗ୍ରହ କରାଯାଇଛି। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୨୮ ରାଉଣ୍ଡ ଏବଂ ମୋହନା ନିର୍ବାଚନ ମଣ୍ଡଳୀର ୩୦ ରାଉଣ୍ଡ ଗଣତି ହେବା କାଉଣ୍ଟି ପାଇଁ ୧୮୦ ଜଣ କର୍ମଚାରୀ ନିୟୋଜିତ ହେବେ ବୋଲି ପ୍ରଶାସନ ତରଫରୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଲୋକସଭା ଇଭିଏମ୍ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ଧଳାରଙ୍ଗର ପୋଷାକ ଏବଂ ବିଧାନସଭା ଇଭିଏମ୍ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ନିମନ୍ତେ ପିଙ୍କ୍ ଡ୍ରେସ୍‌ର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଇଭିଏମ ଏସକେସିଜି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମ କରାଯାଇଥିବା ବେଳେ ଏଠାରେ ହିଁ ଗଣତି ନିମନ୍ତେ ବ୍ୟବସ୍ଥା କରାଯାଇଛି। ଗଣତି ଦିନ ଲୋକଙ୍କ ନିମନ୍ତେ ମାଇକରେ ଘୋଷଣା ସହ ଏସକେସିଜି ଖେଳପଡ଼ିଆରେ ସ୍ବତନ୍ତ୍ର ସ୍କିନ୍‌ର ବ୍ୟବସ୍ଥା କରାଯିବା. ସୁରକ୍ଷା ଦୃଷ୍ଟିରୁ ଗଣତି କେନ୍ଦ୍ରର ୧୦୦ମିଟର ଦୂର ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯିବ ଏବଂ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ ଭୋଟ ଗଣତିରେ ସହଯୋଗ କରିବେ, ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ