ଦିନରେ ଧମକ,ରାତିରେ ଛୁରାମାଡ ବିଜେଡି ଯୁବ ସଭାପତିଙ୍କୁ

ହାରିବା ଭୟରେ ରକ୍ତମୁଖା ଏବେ ବିଜେପି କର୍ମୀ
ନିମାପଡ଼ା,( ସନ୍ତୋଷ ଦାଶ)ନିମାପଡ଼ା ବ୍ଳକ ତୁଳସୀପୁର ପଞ୍ଚାୟତ ର ଭଇଁଚି ଗୋରଡି ଗ୍ରାମ ସ୍ଥିତ ନିଜ କୁକୁଡ଼ା ଫାର୍ମ ରୁ ବିଳମ୍ବିତ ରାତିରେ କାମ ସାରି ଫେରିବା ବେଳେ ଦିନ ବେଳା ତାଙ୍କୁ ଅଶିଳ ଭାଷାରେ ଗାଳିଗୁଲଜ କରି ଧମକ ଦେଇଥିବା କିଛି ବିଜେପି କର୍ମୀ ମୁଣ୍ଡରେ ହଲମେଟ ମଡ଼ାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଳମ୍ବିତ ରାତିରେ କରିଥିଲେ ଛୁରାମାଡ ।ଛୁରା ମାଡ ପରେ ଉକ୍ତ ବ୍ୟକ୍ତିକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରା ଯାଇ ଚାରିଛକ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ଏବେ ଯୁବକ ଜଣକ ଚିକିତ୍ସା ହୋଇ ଘରେ ରହିଥିବା ବେଳେ ଚାରିଛକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚାରିଛକ ପୋଲିସ ଅଭିଯୋଗ ପାଇଁ ତଦନ୍ତ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନଥିବା ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ