ପଧାନପଡାରେ ବିଜେଡିର ମହିଳା ସମାବେଶ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ଠାରେ ବିଜେଡି ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମହିଳା ନେତ୍ରୀ ପ୍ରିୟଦର୍ଶନୀ ମଲ୍ଲିକ, ତାହେରା ଖାତୁନ୍‌, ସରପଞ୍ଚ ଗଜେନ୍ଦ୍ର ସେଠୀ, ଯୁ୍‌ବନେତା ସମୀମ ନୱାଜ୍ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କହିବାକୁ ନିବେଦନ କରିଥିଲେ । ଏଥିରେ ଆରତୀ ଘଡେଇ, ସବନା ଆଜମ୍‌, ସେକ୍ ସଦପ୍ କାଦୀର, ସେକ୍ ନାୟାଜୁଦିନ୍‌, ସେକ୍ ରାଜା, ଆନନ୍ଦ ନାୟକ, ଅକ୍ଷୟ ଘଡେଇ, ଅଭିରାମ ସାହୁ, ସୁରେନ୍ଦ୍ର ସେଠୀ, ବାବାଜି ମାଝୀଙ୍କ ସମେତ ପଧାନପଡା ପଞ୍ଚାୟତର ୭, ୮ ଓ ୯ନଂ ୱାର୍ଡର ଶତାଧିକ ମହିଳା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ