ନୂଆଗଡରେ ମା’ ସିଦ୍ଧେଶ୍ଵରୀଙ୍କ ୭ ଦିନିଆ ଘଟପର୍ବର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ନୂଆଗଡ଼ ଓଡ଼ିଆ ସାହିରେ ପ୍ରସିଦ୍ଧ ଶ୍ରୀଶ୍ରୀଶ୍ରୀ ମା ସିଦ୍ଧେଶ୍ଵରୀଙ୍କ ଘଟପର୍ବ ଶୁଭାରମ୍ଭ ହୋଇଛି | ଓଡ଼ିଆ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମା. ମାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଛନ୍ତି ଭକ୍ତ | ମାଙ୍କ ଦର୍ଶନ ପାଇଁ ଗାଁରେ ପ୍ରବଳ ଭିଡ଼ ଜମିବାରେ ଲାଗିଛି। ଲୋକେ ଭକ୍ତିରେ ଆବେଗ ହୋଇ ଆନନ୍ଦ ଉଲ୍ଲାସ ହେବା ସହ ଗାଁ ଉତ୍ସବମୁଖର ହୋଇପଡିଛି। ଘଟପର୍ବ ଅବସରରେ ରଙ୍ଗବେରଙ୍ଗ ଆଲୋକ କମାଳାରେ ସୁସଜ୍ଜିତ ହୋଇ ଝଲସୁଛି ବଜାର ଏବଂ ସାହି । ପାରମ୍ପାରିକ ରୀତିନୀତି ଅନୁସାରେ ବୁଧବାର ରାତି ରାତିରେ ମା’ ସିଦ୍ଧେଶ୍ଵରୀଙ୍କୁ ଆବାହନ କରାଯାଇଥିଲା । ରାତି ଦଶ ଘଣ୍ଟା ସମୟରେ ମା ନିଜ ମନ୍ଦିରରୁ ବାହାରି ଥିଲେ। ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଭକ୍ତ ମା ସିଦ୍‌ଧଶ୍ଵରୀଙ୍କ ମନ୍ଦିରକୁ ଯାଇ ଶୋଭାଯାତ୍ରାରେ ସାମିଲ ହୋଇ ମାଙ୍କୁ ବାଘଷଣ୍ଢ ନୃତ୍ୟ, ପାରମ୍ପରିକ ଆଦିବାସୀ ନୃତ୍ୟ ଓ ଶୁଭ ଶଙ୍ଖ ଘଣ୍ଟ ଧୋନି ସହ ଢୋଲ, ଚାଙ୍ଗୁ ବାଦ୍ୟର ନାଚି ଶ୍ରଦ୍ଧାଳୁ ବହୁ ଆଡ଼ମ୍ବରରେ ବରଣ କରି ଆଣିଥିଲେ। ପ୍ରତ୍ଯେକ ଘର ସମ୍ମୁଖରେ ମାଙ୍କୁ ବନ୍ଦାପନା କରି ଓଡ଼ିଆ ସାହି ସ୍ଥିତ ଅସ୍ଥାୟୀ ପୁଜାମଣ୍ଡପରେ ସ୍ଥାପନା କରାଯାଇଛି ବୋଲି ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ୭ ଦିନ ବ୍ୟାପୀ ଅସ୍ଥାୟୀ ମଣ୍ଡପରେ ମାଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାପାଠ କରାଯାଉଛି. ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଙ୍କୁ ସାହି ପରିକ୍ରମା କରାଯିବା ସହ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ଭାରତ ଲୀଳା, ମେଲୋଡ଼ି, ‘ସତୀ ଲୁହରେ ଲୁହରେ ଜଳୁଛି ଲଙ୍କା’ ନାଟକ ଏବଂ ସ୍ଥାନୀୟ ବାପୁଜୀ ଯୁବକ ସଂଘ ଦ୍ବାରା ସାମାଜିକ ନାଟକ ‘ ଆସିଛି ଏକା, ଯିବି ମୁଁ ଏକା’ ଯିବି ମୁଁ ଏକା ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି। ଏସମ୍ପର୍କରେ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି I ପୂଜା କମିଟି ସଭାପତି ଚୈତନ୍ୟ ପାଇକ, ସମ୍ପାଦକ ଅଜିତ ମହାନ୍ତି, କୋଷାଧ୍ଯକ୍ଷ ଜଗଦିଶ ପାତ୍ର ଏବଂ ପ୍ରମୁଖ ସୁରେନ୍ଦ୍ର ନାଥ ସାହୁ ଏବଂ ଗ୍ରାମ୍ୟ କମିଟିର ସଭାପତି କିଶୋର ଚନ୍ଦ୍ର ଗଉଡ଼, ଡ଼, ସମ୍ପାଦକ ସମ୍ପା ଶାନ୍ତନୁ ବାହାଦୁର, କୋଷାଧ୍ୟକ୍ଷ ବାଳକୃଷ୍ଣ ବେହେରା, ସଦସ୍ୟ ମିଟୁ ପାଇକ ଦେବହରି ଦଳାଇ ଘଟପର୍ବରେ ସହଯୋଗ କରୁଥିବା ବେଳେ ବାପୁଜୀ ଯୁବକ ସଂଘ ସଭାପତି ଶ୍ରୀ ଜଗନ୍ନାଥ ପାଇକଙ୍କ ତତ୍ତ୍ୱାବଧାନରେ ଯୁବକ ସଂଘର ସଦସ୍ୟଙ୍କ ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ