କ୍ରାନ୍ତି ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ସରକାରୀ ଆଇ.ଟି.ଆଇ. ମିଳିତ ସହଯୋଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ମଧୁମେହ ଡାକ୍ତର ସୁନିଲ କୋଟା, ଏମ .କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଟିବି ଓ ଚେଷ୍ଟର ଏସୋସିଷ୍ଟଟ ପ୍ରଫେସର ଡାକ୍ତର ପ୍ରିୟଜୀତ ଜେନା ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଇଂ. ରଜତ ପାଣିଗ୍ରାହିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତମାଖୁ ସେବନର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ୧୫୦୦ ଛାତ୍ରଛାତ୍ରୀଙ୍କୁ ନେଇ ଏକ କର୍କଟ ରୋଗର ଲୋଗ ଉପରେ ମାନବ ଶୃଙ୍ଖଳ ମାଧ୍ୟମରେ ତମାଖୁ ମୁକ୍ତ ଭାରତ ଗଠନ ପାଇଁ ବଜ୍ର ଶପଥ ନେଇଥିଲେ । କ୍ରାନ୍ତିର ଡଃ ଦାଶ ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ତାଙ୍କର କଷ୍ଟ ଓ ଯନ୍ତ୍ରଣା ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରି କିପରି ଭାରତ ତମାଖୁ ମୁକ୍ତ ହୋଇପାରିବ ହାତଯୋଡି ନିବେଦନ କରିଥିଲେ । ପରେ ପରେ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ୟୁ.ସି.ପି. ଇଞ୍ଜିନିୟରିଂ ସ୍କୁଲ୍ ସମ୍ମୁଖରେ ଛିଡ଼ା ହୋଇ ଜନସାଧାରଣଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଚର୍ଚ୍ଚିକା ଦାଶ, ସ୍ନିଗ୍ଧା ମହାରଣା, ଅନିଲ କୁମାର ସେଠୀ, ପରମାନନ୍ଦ ପଣ୍ଡା, ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗର ହାତ ବଢ଼ାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ